Latest Odisha News

BREAKING NEWS

ବରୁଣେଇରେ ରାଷ୍ଟ୍ରପତି: ପାଇକ ବିଦ୍ରୋହ ସ୍ମାରକୀର କରିବେ ଶିଳାନ୍ୟାସ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବେ ରାଷ୍ଟ୍ରପତି।

ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ରାଷ୍ଟ୍ରପତି କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ସମେତ ଏହି କାର୍ଯ୍ୟକ୍ରମରେ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଥିରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଛନ୍ତି ।

ସେଠାରୁ ରାଷ୍ଟ୍ରପତି ସିଧା ବାଣୀବିହାର ଆସି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରାଗିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନକୁ ଫେରି କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.