Latest Odisha News

BREAKING NEWS

ଉଦଯାପିତ ହେଲା ବିଜେଇଏମ୍-୨ ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବିଜେଇଏମ୍-୨ ସ୍କୁଲର ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଯୁଏଗୋ ଶନିବାର ଦିନ ଉଦଯାପିତ ହୋଇଯାଇଛି ।

ଭୁବନେଶ୍ୱର କ୍ରୀଡ଼ା ସଂସଦର ସମ୍ପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ ।

୨୦୧୯ ବାର୍ଷିକ କ୍ରୀଡ଼ା ଉତ୍ସବରେ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଜ୍ୟୋତିରାଦିତ୍ୟ ରାଉତ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସୋନାଲି ଶୁଭଲକ୍ଷ୍ମୀ ସିନିୟର ବର୍ଗରେ ଚମ୍ପିଆନ୍ ହୋଇଥିଲାବେଳେ ସବ୍ ସିନିୟର ବର୍ଗରେ ୧୦ମ ଶ୍ରେଣୀର ଛାତ୍ର ସତ୍ୟମ ରାଣା ଏବଂ ଦଶମ ଶ୍ରେଣୀ ଛାତ୍ରୀ ସ୍ୱାଗତିକା ସ୍ୱାଇଁ ଚମ୍ପିଆନ୍ ହୋଇଛନ୍ତି ।
ବାର୍ଷିକ କ୍ରୀଡ଼ା ଉତ୍ସବକୁ ଖଦୀବୋର୍ଡର ଚେୟାରମ୍ୟାନ୍ ସଂଗ୍ରାମ କେଶରୀ ପାଇକରାୟ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ୱିନ କୁମାର ତିୱାରି, ପରିଚାଳକ ପ୍ରତାପ କୁମାର ଜେନା ସହ ପରିଚାଳକ ଚିତ୍ତରଞ୍ଜନ ବରିସଲ, ଅଧ୍ୟକ୍ଷା କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବଶ୍ୱେର ସାମିଲ ପ୍ରମୁଖ ଉପସ୍ଥିତ ଥିଲେ ।

ପୂରା କ୍ରୀଡ଼ା କାର୍ଯ୍ୟକ୍ରମ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ସାହୁ, ଅଜୟ ସରକାର ଏବଂ ଖେଳ ଶିକ୍ଷୟତ୍ରୀ ଅନୁସୂୟା ମହାରଣା ଓ ଶୁଭଲକ୍ଷ୍ମୀ ବାରିକଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.