Latest Odisha News

BREAKING NEWS

ଓଡିଶା ସମାଜ ୟୁକେର ପୂର୍ବତନ ସଭାପତି ବିଷ୍ଣୁ ରାଉତରାୟଙ୍କ ପରଲୋକ

ଲଣ୍ଡନ: ଓଡିଶା ସମାଜ ୟୁନାଇଟେଡ କିଙ୍ଗଡମ୍ର ପୂର୍ବତନ ସଭାପତି ଡକ୍ଟର ବିଷ୍ଣୁ ରାଉତରାୟଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ନିଧନ ଘଟିଛି ।

୭୧ ବର୍ଷ ବୟସ୍କ ଡ. ରାଉତରାୟ ୨୦୧୨ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡିଶା ସମାଜ ୟୁ.କେ.ର ସଭାପତି ଥିଲେ। ଓ.ସ.ୟୁ..କେ ତରଫରୁ ତାଙ୍କର ମୃତ୍ୟୁ ଯୋଗୁଁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ଓ.ସ.ୟୁ..କେର ସଭାପତି ସୁମନ୍ତ ମାନସିଂହ ଓ ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ ତାଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମା ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଡ. ରାଉତରାୟ ଗ୍ରେଟ ବ୍ରିଟେନର ଓଡ଼ିଆ ସମ୍ପ୍ରଦାୟ ପାଇଁ ଶକ୍ତି, ସାହସ ଓ ପ୍ରେରଣାର ଉତ୍ସ ଥିଲେ ତଥା ତାଙ୍କର ଅନୁପସ୍ଥିତିରେ ଓ.ସ.ୟୁ..କେ ସଂଗଠନର ଅପୂରଣୀୟ କ୍ଷତି ଘଟିଲା ବୋଲି ସେମାନେ ଏହି ବାର୍ତ୍ତାରେ ଦର୍ଶାଇଛନ୍ତି।

Leave A Reply

Your email address will not be published.