Latest Odisha News

BREAKING NEWS

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।

ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ ସଦର ବିଜେପି ସଭାପତି ଥିଲେ । ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ । ଏହାପରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ୨୦୧୯ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ ପ୍ରକାଶ ବେହେରା । ହେଲେ ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ, ସୁଦାମ ମାରାଣ୍ଡି, ବିଧାୟକ ରଘୁନନ୍ଦନ ଦାସ, ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ପ୍ରକାଶଙ୍କ ସହ ୧୩ଜଣ ସରପଞ୍ଚ ଏବଂ ଶତାଧିକ ସମର୍ଥକ ମଧ୍ୟ ଆସି ବିଧିବଦ୍ଧ ବିଜେଡିରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.