Latest Odisha News

BREAKING NEWS

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀଙ୍କ ଅଭିଯୋଗ: ୨୦୧୧ ବିଶ୍ୱକପ ଫାଇନାଲ ଆମ ଖେଳାଳି ଫିକ୍ସ କରିଥିଲେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଖେଳ ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥାଗାମ ଗୁରୁବାର ଏକ ବିବାଦୀୟ ଓ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍‌ୟରେ ଖେଳାଯାଇଥିବା ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲ ଫିକ୍ସ ଥିଲା । ଆମର କେତେକ ଖେଳାଳି ମ୍ୟାଚ ଫିକ୍ସିଂରେ ଜଡିତ ଥିଲେ । କେତେକ ଖେଳାଳି ଭାରତକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଥିଲେ ବୋଲି କହିଛନ୍ତି । ତେବେ ସେତେବେଳର ଅଧିନାୟକ କୁମାର ସଙ୍ଗକାରା ଓ ବ୍ୟାଟ୍ସମ୍ୟାନ ମାହେଲା ଜୟବର୍ଦ୍ଧନେ ପ୍ରମାଣ ଦେବା ପାଇଁ କହିଛନ୍ତି ।

ଜୟବର୍ଦ୍ଧନେ ଟୁଇଟ କରି କହିଛନ୍ତି, ନିର୍ବାଚନ ପାଖେଇଲା, ସର୍କସ ଆରମ୍ଭ ହେବ । ଅଭିଯୋଗ ଆଣିଥିବା ବ୍ୟକ୍ତି ନାମ ଓ ପ୍ରମାଣ ଦିଆଯାଉ । ସୂଚନାଯୋଗ୍ୟ, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ମଧ୍ୟ ଏ ନେଇ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.