Latest Odisha News

BREAKING NEWS

ଖୋଲିଲା ହିରାକୁଦର ୮ଟି ଗେଟ୍

ସମ୍ବଲପୁର: ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ଦିନ ଜଳଭଣ୍ଡାରର ଅଧିକ ୩ଟି ଗେଟ୍ ଖୋଲିଛନ୍ତି । ଏହା ଫଳରେ ହିରାକୁଦ ଡ୍ୟାମର ସମୁଦାୟ ୮ଟି ଗେଟ ଦ୍ୱାରା ଜଳ ନିଷ୍କାସିତ ହେଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ରାଜ୍ୟରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ତଥା ଛତିଶଗଡ଼ ଆଡ଼କୁ ଲଘୁଚାପ ମୁହାଁଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ହିରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାର ଗେଟ୍ ଖୋଲିଛନ୍ତି ।

ଗୁରୁବାର ଦିନ ୧୧ଟା ସୁଦ୍ଧା ଜଳଭଣ୍ଡାରର ଜଳ ୬୩୦ ଫୁଟ ଉଚ୍ଚତାରେ ରହିଥିଲା । ଏହି ସମୟରେ ଯେଉଁ ୮ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସିତ ହେଉଥିଲା ତାହା ରେକର୍ଡ଼ କରାଯାଇଛି । ଜଳଭଣ୍ଡାରରେ ଜଳ ପ୍ରବେଶ ହୋଇ ୧,୫୨,୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବାର ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.