Latest Odisha News

BREAKING NEWS

୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ଆଇଏଏସ ସ୍ତରରେ ପଦନ୍ନତି ହୋଇଛି । ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦନ୍ନତି କରାଯାଇଛି ।

ଏହି ୪ଜଣ ୧୯୯୧ ବ୍ୟାଚର ଆଇଏଏସ ଅଟନ୍ତି । ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଆଇଏଏସ ଅନୁଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଆରୋରା । ସମସ୍ତଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି ।

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଆଇଏଏସ ଜି.ଶ୍ରୀନିବାସ ଓ ଆରତି ଆହୁଜାଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି ।

Comments are closed, but trackbacks and pingbacks are open.