Latest Odisha News

BREAKING NEWS

ଆଜି ଭୁବଶ୍ୱେରରେ ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦ ହଜାର ଟପିବାରେ ଲାଗିଛ । ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି । ଯାହା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଭୁବନେଶ୍ୱରରେ ସରକାରଙ୍କ ପକ୍ଷରୁ କରୋନା କଟକଣା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଯେଉଁ ସ୍ଥାନରେ କଣ୍ଟେନମେଣ୍ଟ ଜୋନର ଆବଶ୍ୟକତା ଅଛି ସେଠାରେ ତାହା ଲାଗୁ କରାଯାଉଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ବିଏମସି ପକ୍ଷରୁ ୧୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଭୁବନେଶ୍ବର ସହିଦନଗର ଅଞ୍ଚଳର ୩୦ ନମ୍ବର ୱାର୍ଡର ପିଏନ୍-୬୨୧, ଝାରପଡ଼ା ଜେଲରୋଡସ୍ଥିତ ବାଲାଜୀ କମ୍ପ୍ଲେକ୍ସର ମହାଦେବ-୮୦୨, ଅଶୋକନଗର ୪୧ ୱାର୍ଡର ପ୍ଲଟ ନମ୍ବର ୭, ତୁଳସୀ ବିହାର ଗାର୍ଡେଜ ଛକ ପୁରୁଣା ଭୁବନେଶ୍ବର ୫୮ ନମ୍ବର ୱାର୍ଡର ପ୍ଲଟ ନମ୍ବର ୧୦୦୬, ବିବେକାନନ୍ଦ ମାର୍ଗର ୬୦ ନମ୍ବର ୱାର୍ଡର ଦିବ୍ୟପ୍ରଭା ଆପାର୍ଟମେଣ୍ଟ ରାମକୃଷ୍ଣ ମିଶନ, ପଟିଆର କିଟ ଛକ ନିକଟ ଆପୋଲୋ ଭିଲାର ଏଫ୍ଏନ୍-୧୪, କାନନ ବିହାର ଫେଜ୍-୧ର ସିଏଚ୍ଜେ-୯୮, ଶିଶୁ ବିହାର ପିଏନନ୍ ୩୭୩, ସୁଭଦ୍ରା ଆପାର୍ଟମେଣ୍ଟରର ଏ-୪୦୬, ପିଏନ୍୫୨୧/୨୪୪୮୮, ପଟିଆ ଫେଜ୍-୨ କାନନ ବିହାରର ପିଏନ୍ ୧୮୬ ଓ କଳାରାହଙ୍ଗ ୧୨ଏଲବିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Comments are closed, but trackbacks and pingbacks are open.