Latest Odisha News

BREAKING NEWS

ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡ଼, ୪ ଭାରତୀୟ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପକୂଳରେ ଗିନି-ବିସାଉ ପତାକାଧାରୀ ଏକ ବାଣିଜ୍ୟିକ ଜାହାଜ ଉପରେ ଋଷ ଆକ୍ରମଣ କରିଛି। ଏହି ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସଂଘର୍ଷ ସମୟରେ ବାଣିଜ୍ୟିକ ଜାହାଜର ସୁରକ୍ଷା ନେଇ ମତ ପ୍ରକାଶ କରିଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯେ ରୁଷ ରବିବାର ଦିନ ସିରିଆ ଏବଂ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହା ୟୁକ୍ରେନୀୟ ସାମୁଦ୍ରିକ କରିଡର ଦେଇ ଯାତ୍ରା କରୁଥିଲା ବେଳେ ଏହି ଆକ୍ରମଣ ହୋଇଛି। ଋଷ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରଥମ ଘଟଣା।

ୟୁକ୍ରେନୀୟ ବାୟୁସେନା ଦାବି କରିଛି ଯେ ରୁଷ ଗିନି-ବିସାଉ ପତାକାଧାରୀ ଜାହାଜ ଉପରେ କ୍ରୁଜ୍ ମିସାଇଲ୍ ସାହାଯ୍ୟରେ ଆକ୍ରମଣ କରିଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଣିଜ୍ୟିକ ଜାହାଜ ଏମଭି ଗୋଲଡେନ୍ ଲିଓରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୧୭ ଜଣ କ୍ରୁ ସଦସ୍ୟ ଥିଲେ।

ଭାରତ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିର୍ଦ୍ଦୋଷ ନାଗରିକ ତଥା କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା “ନିନ୍ଦନୀୟ ଏବଂ ଏହାକୁ ଏଡାଇ ଦିଆଯିବା ଉଚିତ।”

 

Comments are closed.