Latest Odisha News

BREAKING NEWS

ରାମ ମନ୍ଦିର ଦାନ ଚୋରି ମାମଲା, ପୁଣି ଥରେ ବୃଦ୍ଧି ହେଲା ଏସଆଇଟିର କାର୍ଯ୍ୟକାଳ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT)ର କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯାଇଛି। ସୂତ୍ର ଅନୁଯାୟୀ, ଉତ୍ତର ପ୍ରଦେଶ ସରକାର SITକୁ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। SIT ଏବେ ୩୦ଜୁଲାଇ, ୨୦୨୬ ପର୍ଯ୍ୟନ୍ତ ତଦନ୍ତ କରିବ। ତିନି ସଦସ୍ୟ ବିଶିଷ୍ଟ SIT ସରକାରଙ୍କଠାରୁ ଅତିରିକ୍ତ ସମୟ ମାଗିଥିଲା। ତଦନ୍ତ ସମାପ୍ତ କରିବା ପାଇଁ ସରକାର ଏହି ସମୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।

ଏହି ସମୟରେ କୋର୍ଟ ସମସ୍ତ ପକ୍ଷକୁ ଏହାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି। କୋର୍ଟଙ୍କ ଅନୁସାରେ, ଏହା ଏକ ଅପରାଧ ଘଟଣା ସଂପର୍କିତ ସାଧାରଣ ମାମଲା। ତଦନ୍ତ ନିରପେକ୍ଷ, ସ୍ୱତନ୍ତ୍ର ହେବା ସହ ଠିକ୍ ଦିଗରେ ଯେପରି ଆଗେଇ ପାରିବ ତାହା ସୁନିଶ୍ଚିତ କରିବା କୋର୍ଟଙ୍କ ଉଦ୍ଦେଶ୍ୟ। କୋର୍ଟ ରାଜନୀତି କରିବାର ସ୍ଥାନ ନୁହେଁ। ଏଥିସହ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ସାନି ବିଶେଷ ଯାଞ୍ଚ ଟିମ୍(ଏସ୍ଆଇଟି) ଗଢ଼ିବାକୁ କହିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍ ତା’ର ନେତୃତ୍ୱ ନେବେ।

ଅଦାଲତଙ୍କ ତତ୍ତ୍ୱାବଧାନରେ ମାମଲାର ସିବିଆଇ ତଦନ୍ତ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟ ସଂପର୍କରେ ସିଏଜି ଅଡିଟ୍ କରାଯିବା ଭଳି ଦାବିରେ ପିଟିସନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଭି ମୋହନାଙ୍କ ଖଣ୍ଡପୀଠରେ ସେଥିନେଇ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମୋହଟ୍ଟା କହିଥିଲେ ଯୋ,ଅଦାଲତଙ୍କ ଆଦେଶ ଅନୁସାରେ ରାଜ୍ୟ ସରକାର ଯାଞ୍ଚ ସର୍ମ୍ପର୍କିତ ଷ୍ଟାର୍ଟସ ରିପୋର୍ଟ ଦାଖଲ କରିଛନ୍ତି । ଏଯାବତ୍ ୮ ଜଣ ଗିରଫ ହୋଇଛନ୍ତି । ପ୍ରଥମେ ଏସଆଇଟି ମାମଲାର ତଦନ୍ତ କରୁଥିଲା । ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି । ଏହି ପର୍ଯ୍ୟାୟରେ ଅଧିକ ସୂଚନା ସାର୍ବଜନୀନ କରିବା ଉଚିତ ହେବ ନାହିଁ । ଏହାପରେ ଖଣ୍ଡପୀଠ ୟୁପି ସରକାରଙ୍କୁ ସାନି ଏସଆଇଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଜୁଲାଇ ୧୩ ତାରିଖରେ ସୁପ୍ରିମକୋର୍ଟ SITକୁ ତାର ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ରାମ ମନ୍ଦିର ଟ୍ରଷ୍ଟ, କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ଜୁନ୍ ୨୩ ତାରିଖରେ SIT ତାର ପ୍ରାରମ୍ଭିକ ରିପୋର୍ଟ ସରକାରଙ୍କୁ ଦାଖଲ କରିଥିଲା। ପ୍ରାରମ୍ଭିକ ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଦ୍ୱାରା ସୁରକ୍ଷା ମାନଦଣ୍ଡର ବାରମ୍ବାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.