Latest Odisha News

BREAKING NEWS

ଉଦଘାଟନର ଚାରି ମାସ ବି ପୁରିନି, ଦବିଗଲା ବିଜୁ ଏକ୍ସପ୍ରେସ ସେତୁ

ନୂଆପଡା: ପୂର୍ତ୍ତ ବିଭାଗର ପିସି କାରବାରର ନଗ୍ନ ଚିତ୍ର । ଠିକାଦାର ର ମନମୁଖୀ କାର୍ଯ୍ୟ ସହ ତତ୍କାଳୀନ ଯନ୍ତ୍ରୀ ଙ୍କ ପିସି ଖିଆ ମନୋଭାବ ଯୋଗୁଁ ମାତ୍ର ଛଅ ମାସ ମଧ୍ୟରେ ଦବିଗଲା କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ସେତୁ । ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ବୋଲି ତରବରିଆ ଭାବେ ତିଆରି ହୋଇଥିଲା ଏହି ସେତୁ l ଉଦଘାଟନର ଛଅମାସ ପରେ ସେତୁର ପିଲର ଦବିଯାଇ ଅବସ୍ଥା ବେହାଲ ହୋଇଥିବା ବେଳେ ଆଜିକୁ ପ୍ରାୟ ବର୍ଷେ ହେବ ଅଚଳ ହୋଇ ପଡିଛି ଏହି ଦୁଇଟି ବିଜୁ ଏକ୍ସପ୍ରେସ ସେତୁ l

ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାର ସିନାପାଲି ସହର ପାଖରେ ଉଦନ୍ତୀ ନଦୀ ଉପରେ ନିର୍ମାଣ ହୋଇଥିବା ବାମ ଏବଂ ଡାହାଣର ଦୁଇଟି ବିଜୁ ଏକ୍ସପ୍ରେସ ସେତୁ ଅବସ୍ଥାକୁ ନେଇ ପୂର୍ତ୍ତ ବିଭାଗର ବଡ଼ କେଳେଙ୍କାରି ସାମ୍ନା କୁ ଆସୁଥିବା ବେଳେ 5T ସରକାରର ସ୍ୱଛତାକୁ ନେଇ ଏବେ ପ୍ରଶ୍ନ ଉଠୁଛି l ସମ୍ପୃକ୍ତ ଠିକା ସଂସ୍ଥାଙ୍କ ମନ ମୁଖି କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଦୁଇଟି ସେତୁ ରେ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ପୁରୁଣା ସେତୁରେ ଏବେ ଯାତାୟାତ କରୁଛନ୍ତି ଲୋକେ ।

ଆଜିକୁ ଦଶ ମାସ ତଳେ ନୂଆପଡା ଜିଲ୍ଲା ଗସ୍ତରେ ଆସି ବିଜୁ ଏକ୍ସପ୍ରେସ ରାସ୍ତା କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏହି ରାସ୍ତା ଜିଲ୍ଲା ପାଇଁ ଜୀବନ ରେଖା ସହ ଅର୍ଥନୈତିକ କରିଡର ହେବ ବୋଲି କହିଥିଲେ । ହେଲେ ଉଦଘାଟନର ବର୍ଷେ ହୋଇନି ବିଜୁ ଏକ୍ସପ୍ରେସ ରାସ୍ତା ବେହାଲ ହୋଇ ପଡିଛି l ସମ୍ପୃକ୍ତ ଠିକା ସଂସ୍ଥାର ମନମାନି କାମ ଯୋଗୁଁ କୋଟି କୋଟି ଟଙ୍କାର ଦୁଇଟି ସେତୁ ଅଚଳ ହୋଇ ପଡିଛି l ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଶୀଘ୍ର ସେତୁ ମରାମତି କରିବା ପାଇଁ ଅଞ୍ଚଳ ବାସି ଦାବି କରୁଛନ୍ତି l ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ଉପରେ ଗର୍ଜି, ନିମ୍ନ ମାନର କାମ କୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି l ସେପଟେ ଖଡ଼ିଆଳ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲାଙ୍କୁ ପଚାରିବାରୁ ବିଭିନ୍ନ ଟିମ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି l

Leave A Reply

Your email address will not be published.