Latest Odisha News

BREAKING NEWS

Balianta Lynching:ବାଲିଅନ୍ତା ଭିଡ଼ ହତ୍ୟା ଘଟଣା:୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର:ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ ଜଣେ ଏସଆଇ ଓ ଜଣେ ଏଏସଆଇ ଅଛନ୍ତି । ଏଥିସହ OAPF ଓ ଜଣେ କନଷ୍ଟେବଳ ମଧ୍ୟ ନିଲମ୍ବିତ ହୋଇଛନ୍ତି ।

ବାଲିଅନ୍ତା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ୟୁପିଡି ଭୁବନେଶ୍ବରକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରଶ୍ମିତା ବେହେରାଙ୍କୁ ନିଯୁକ୍ତି ମିଳିଛି।

ବାଲିଅନ୍ତା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର । ତଦନ୍ତ ପାଇଁ ୧୦ ଅଫିସରଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ୧୦ ଅଫିସରଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ତଦନ୍ତରେ ସାଇଣ୍ଟିଫିକ, ସାଇବର ଟିମ୍ ଓ ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି । ଦୁଷ୍କର୍ମ, ହତ୍ୟା ଓ ପୁଲିର ଅବହେଳାକୁ ନେଇ ତଦନ୍ତ କରାଯିବ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି ।

ସୂଚନାଥାଉକି, ବାଲିଅନ୍ତା ଭିଡ଼ ହତ୍ୟାକୁ ନେଇ ବାଲିଅନ୍ତା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । ଏହି ଭିଡ ହତ୍ୟା ଘଟଣାରେ ଏବେ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇଛି । ଭାଇରାଲ୍ ଭିଡିଓ ଫୁଟେଜ୍ ରେ ୪୧ ଜଣଙ୍କୁ ପୋଲିସ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି । ଏପଟେ ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।

Leave A Reply

Your email address will not be published.