Latest Odisha News

BREAKING NEWS

୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଇସଲାମକୁ ନେଇ ହୋଇଥିବା ବିତର୍କ ମଧ୍ୟରେ ଫ୍ରାନ୍ସ ୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କରିଛି। ସେମାନେ ସମସ୍ତେ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି। ବିଶେଷ କଥା ହେଉଛି ଏହି ୧୮୩ ଜଣଙ୍କ ମଧ୍ୟରେ ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ‌ଡାଇରେକ୍ଟର ଜେନେରାଲ୍‌ ଅହମ୍ମଦ ଶୁଜା ପାଶ୍‌ହାଙ୍କ ଭଉଣୀ ମଧ୍ୟ ଅଛନ୍ତି, ଯିଏ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟ ଥିଲେ। ବର୍ତ୍ତମାନ ତାଙ୍କ ପାଇଁ ପାକିସ୍ତାନୀ ଦୂତାବାସ ପକ୍ଷରୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଶୁଜା ପାଶ୍‌ହାଙ୍କ ଭଉଣୀଙ୍କୁ ପ୍ୟାରିସରେ ରହିବାକୁ ଅନୁମତି ଦେବା ପାଇଁ ଫ୍ରାନ୍ସରେ ଥିବା ପାକିସ୍ତାନ କନସୁଲେଟ୍ ଏକ ଆବେଦନ କରିଛି, କାରଣ ସେ ସେଠାରେ ତାଙ୍କ ଶାଶୁଙ୍କୁ ସେବା ଦାୟିତ୍ବରେ ଅଛନ୍ତି।
ଗତ କିଛିଦିନ ମଧ୍ୟରେ ଫ୍ରାନ୍ସରେ ମହମ୍ମଦଙ୍କୁ ଉପରେ ନିର୍ମିତ କାର୍ଟୁନ୍କୁ ନେଇ ଫ୍ରାନ୍ସରେ ବିବାଦ ଦେଖାଦେଇଛି, ଯାହା ପରେ ଫ୍ରାନ୍ସରେ ମଧ୍ୟ କିଛି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସମେତ ମୁସଲମାନ ରାଷ୍ଟ୍ରମାନେ ମଧ୍ୟ ନିନ୍ଦା କରିଛନ୍ତି।

BjdElectrycity

ଏହି ମନ୍ତବ୍ୟ ପରେ ଫ୍ରାନ୍ସ ପାକିସ୍ତାନୀ ଦୂତାବାସରେ ୧୮୩ ଜଣ ପାକିସ୍ତାନୀ ନାଗରିକଙ୍କ ତାଲିକା ଦାଖଲ କରିଛି, ଯାହାଙ୍କର ଭିସାକୁ ବାତିଲ କରାଯାଇଛି। ଅଭିଯୋଗ ହୋଇଛି ଯେ ସେମାନେ ଫ୍ରାନ୍ସରେ ବେଆଇନ ଭାବରେ ରହୁଥିଲେ।

Leave A Reply

Your email address will not be published.