ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।
ମୁଖ୍ଯ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଆରମ୍ଭ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଟିକାକରଣ, ସଚେତନତା ଏବଂ ସଠିକ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। pic.twitter.com/SqPuyQczNq
— I & PR Department, Odisha (@IPR_Odisha) July 14, 2022
ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁସିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି ଭିଲେଜ ୟୁପିଏଚସି, ଘାଟିକିଆ ୟୁପିଏଚସି, ଭୁବନେଶ୍ବର ଏମସ୍, ସହିଦନଗର ୟୁପିଏଚସି, ସାମନ୍ତରାପୁର ୟୁପିଏଚସି, କଳ୍ପନା ୟୁପିଏଚସିରେ ମାଗଣା ଟିକା ନେଇପାରିବେ ।
Free #COVID19 precaution dose for 18-59 age group will start from tomorrow in Bhubaneswar as per Govt. of India special drive for 75 days under #AzadiKaAmritMahotsav
The Centres list is attached below.@CMO_Odisha @IPR_Odisha @HFWOdisha @HUDDeptOdisha @SRC_Odisha pic.twitter.com/xrj5jmkjLU— BMC (@bmcbbsr) July 14, 2022
ସହରାଞ୍ଚଳଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯିବ । ଦୈନିକ କରୋନା ପରୀକ୍ଷା ବଢ଼ାଇବା ସହ ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ଏବଂ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଅଫଲାଇନ ଓ ଅନଲାଇନ ମାଧ୍ୟମରେ ବୁଷ୍ଟର ଡୋଜ୍ ଦିଆଯିବା ବ୍ୟବସ୍ଥା କରାଯାଇଛି। ଦ୍ବିତୀୟ ଟିକା ପରେ ବୁଷ୍ଟର ଡୋଜ ନେବାର ୬ମାସ ସମୟ ହୋଇଥିଲେ ହିତାଧିକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ନେଇପାରିବେ। କୌଣସି ହିତାଧିକାରୀ ଅନଲାଇନରେ ବୁକ କରିବାକୁ ଚାହିଁଲେ ୱେବସାଇଟକୁ ଯାଇ ସ୍ଲଟ ବୁକିଂ କରିପାରିବେ।
Comments are closed.