Latest Odisha News

BREAKING NEWS

ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏସାର ବଲକ୍ ଟର୍ମିନାଲ

ପାରଦୀପ : ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏଷାର ବଲକ୍ ଟର୍ମିନାଲ । ପାରଦୀପ ଅଠରବାଙ୍କୀ ଲକ ପଡା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି ।

ଦୀର୍ଘ ୧୦ ବର୍ଷ ହେଲା ଏଷାର ପକ୍ଷରୁ ଅଠର ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସପ୍ତାହକୁ ତିନି ଦିନ ମାଗଣା ଚକ୍ଷୁ ଚିକିତ୍ସା ସହିତ ଅସ୍ତ୍ରୋପଚାର କରାଯାଉଛି । ଆଜି ଲକ ପଡାଠାରେ ଅନୁଷ୍ଠିତ ମାଗଣା ମେଗା ସ୍ୱାସ୍ଥ୍ୟ ସେବା କେନ୍ଦ୍ର ବଲକ ଟର୍ମିନାଲର କମର୍ସିଆଲ ମ୍ୟାନେଜର ଉଦଘାଟନ କରିଥିଲେ ।

ଏହି ଶିବିରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ବୃଦ୍ଧ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହତି ମାଗଣା ଓଷଧ ବଣ୍ଟନ କରାଯାଉଛି । ମେଡିସିନ ବିଭାଗ , ଦନ୍ତ ବିଭାଗ , ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଛୋଟ ପିଲାମାନଙ୍କ ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରୀ ଦଳ ଯୋଗଦେଇଥିଲେ ।

Leave A Reply

Your email address will not be published.