Latest Odisha News

BREAKING NEWS

ପୋଲିସ ଆଖିରେ ସ୍ତ୍ରୀ ଛାଟିଲେ ଲଙ୍କାଗୁଣ୍ଡ, ହତ୍ୟାକାରୀ ସ୍ୱାମୀ ଫେରାର

ହାଇଦ୍ରାବାଦ: ପୋଲିସ ଆଖିରେ ଲଙ୍କାଗୁଣ୍ଡ ଛାଟି ହତ୍ୟାକାରୀ ସ୍ୱାମୀଙ୍କୁ ଖସିବାରେ ସାହାଯ୍ୟ କଲେ ସ୍ତ୍ରୀ । ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ଅଟ୍ଟାପୁରରେ । ମହିଳା ଜଣକ ଉତ୍ତରାଖଣ୍ଡ ଏସଆଇଟି ପୋଲିସ ଏବଂ ରାଜେନ୍ଦ୍ରନଗର ପୋଲିସ ଟିମକୁ ଲଙ୍କା ଗୁଣ୍ଡ ଛାଟିଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଏକ ନରହତ୍ୟା ମାମଲା ଅଭିଯୋଗରେ ସ୍ୱାମୀ ୱାସିମଙ୍କୁ ଉତ୍ତରାଖଣ୍ଡ ପୋଲିସ ଖୋଜୁଥିଲା । ହାଇଦ୍ରାବାଦର ଅଟ୍ଟାପୁରର ସୁଲେଇମାନ ନଗରରେ ସ୍ୱାମୀ ଓ ସ୍ତ୍ରୀ ପରୱିନ ରହୁଥିବା ପୋଲିସ ସୂଚନା ପାଇଥିଲା । ପରେ ଉତ୍ତରାଖଣ୍ଡ ଏସଟିଏଫ ସମେତ ରାଜେନ୍ଦ୍ର ନଗରର ୩ଜଣ କନେଷ୍ଟବଳ ତାଙ୍କ ଘରକୁ ଯାଇଥିଲେ । ପୋଲିସକୁ ଦେଖିବା ମାତ୍ରେ କନେଷ୍ଟବଳ ଏସଟିଏଫ କନେଷ୍ଟବଳ ଚମନ କୁମାର ଏବଂ ସ୍ଥାନୀୟ କନେଷ୍ଟବଳଙ୍କ ଉପରକୁ ଲଙ୍କାଗୁଣ୍ଡ ଛାଟିଥିଲେ । କେବଳ ସେତିକି ନୁହେଁ ପୋଲିସ ସେମାନଙ୍କୁ ହଇରାଣ କରୁଛି ବୋଲି ସେ ଚିକ୍ରାର କରି ଅନ୍ୟମାନଙ୍କୁ ଜଣାଇଥିଲେ । ଏହି ଗେଳମାଳିଆ ପରିସ୍ଥିତି ଦେଖି ଅଭିଯୁକ୍ତ ସ୍ୱାମୀ ୱାସିମ ସେଠାରୁ ଖସି ପଳାଇଥିଲେ ।

ସ୍ତ୍ରୀ ପୋଲିସକୁ ବାଧା ଦେବା କାରଣରୁ ଅଭିଯୁକ୍ତ ସ୍ୱାମୀ ଖସିଯିବା କାରଣରୁ ସ୍ତ୍ରୀ ପରୱିନଙ୍କ ନାମରେ ପିଙ୍ଗଳ କୋଡ ଧାରା ୩୫୩ ଆଧାରରେ ମାମଲା ରୁଜୁ ହୋଇଛି । ତାଙ୍କୁ ହାଜତକୁ ନିଆଯିବା ପରେ ବୁଧବାର ଛାଡ଼ି ଦିଆଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.