Latest Odisha News

BREAKING NEWS

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଆସନ୍ତା ଆଇପିଏଲର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୯ ତାରିଖରେ ଅହମ୍ମଦାବାଦରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।

ଆଇପିଏଲ ୨୦୨୧ର ମ୍ୟାଚଗୁଡିକ ପ୍ରାୟତଃ ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ମଇଦାନରେ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ ପ୍ରତି ଟିମ୍‌ ୪ ଭେନ୍ୟୁରେ ଖେଳିବେ । ହେବାକୁ ଥିବା ମୋଟ ୫୬ ମ୍ୟାଚ୍‌ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଳୁରୁରେ ୧୦ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ସେହିଭଳି ଅହମ୍ମଦାବାଦ ଏବଂ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ ।

ଦ୍ବିପ୍ରହରରେ ହେବାକୁ ଥିବା ମ୍ୟାଚଗୁଡିକ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବାକୁ ଥିବାବେଳେ ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚ୍‌ ୭.୩୦ରୁ ଆରମ୍ଭ ହେବ । ତେବେ ସବୁଠାରୁ ବଡ କଥା ହେଉଛି ଚଳିତ ଆଇପିଏଲ ବିନା ଦର୍ଶକରେ ଖେଳାଯିବ । ଅର୍ଥାତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କୁ ସିଧାସଳଖ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବନି । ସିଧାପ୍ରସାରଣ ମାଧ୍ୟମରେ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

Leave A Reply

Your email address will not be published.