Latest Odisha News

BREAKING NEWS

ଶିକ୍ଷକ ଗାଳି କରିବାରୁ ସ୍କୁଲରୁ ବାହାରି ଶିକ୍ଷକଙ୍କୁ ଗୁଳି  କଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଜଣାପଡିଛି । ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି।

ଗାଜିଆବାଦ ସ୍ଥିତ ମୁରାଦନଗରରେ ଏହି ଘଟଣା ଘଟିଛି । ଶିକ୍ଷକ ଗଲି କରିବାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ରାଗି ଯାଇଥିଲା । ସେ ନିଜର ୩ ସାଙ୍ଗଙ୍କ ସହ ମିଶି ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା । ସ୍କୁଲ ବାହାରେ ହିଁ ସେ ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା । ତେବେ ଗୁଳି ଶିକ୍ଷକଙ୍କ ଛାତିକୁ ଛୁଇଁ ଚାଲିଗଲା । ସେଥିପାଇଁ ତାଙ୍କର ମୃତ୍ୟୁ ହୋଇନି କିନ୍ତୁ ସେ ଆହତ ହୋଇଛନ୍ତି । ଏହାପରେ ଛାତ୍ର ଖାଲି ଫାଇରିଙ୍ଗ କରି ସେଠାରୁ ପଳାଇଗଲା । ମାମଲା ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି ।

ଆହତ ଶିକ୍ଷକ ଜଣକ ହେଲେ ସଚିନ ତ୍ୟାଗୀ । ସେ ସରସ୍ବତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକେଟର ସ୍କୁଲରେ ବାଣିଜ୍ୟ ଶିକ୍ଷକ ଅଛନ୍ତି । ଶିକ୍ଷକ ସଚିନ କହିଛନ୍ତି, ଛାତ୍ର ସ୍କୁଲରେ ଅନ୍ୟ ପିଲାଙ୍କ ସହ ଖରାପ ଭାବରେ କଥାବାର୍ତ୍ତା କରୁଥିଲା । ସେଥିପାଇଁ ସେ ତାକୁ ଗାଳି କରିଥିଲେ । 

ପୋଲିସ ଅନୁଯାୟୀ ୩ ଅଭିଯୁକ୍ତ ଗୋଟିଏ ଗାଁର । ସେମାନଙ୍କ ପରିବାର ସଦସ୍ୟଙ୍କୁ ହାଜତରେ ରଖି ପୋଲିସ ପଚରାଉଚୁରା କରୁଛି । ଶିକ୍ଷକଙ୍କ ଅଭିଯୋଗ କ୍ରମେ ଛାତ୍ର ଓ ତା ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.