ପ୍ରୟାଗରାଜ: ଏବେ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି, ବିଶ୍ୱର ସର୍ବପୁରାତନ ଏବଂ ବୃହତ୍ତମ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ମେଳା । ଦୀର୍ଘ ୧୪୪ ବର୍ଷ ପରେ ପୁଣି ଥରେ ପଡିଛି । ଏଥିପାଇଁ ଦେଶ ବିଦେଶରୁ ଛୁଟିଛି, ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ସୁଅ । ଏମାନଙ୍କ ମଧ୍ୟରୁ ପ୍ରତିଦିନ କେହି ନା କେହି ସୋସିଆଲ ମିଡିଆର, ନିଜର ଅଲଗା ଅନ୍ଦାଜ୍ ପାଇଁ ଦୃଷ୍ଟି ଆକର୍ଷଣ କରୁଛନ୍ତି । କେତେବେଳେ କଣ୍ଟାରେ ଶୋଇ, ତ ଆଉ କେତେବେଳେ ନିଜର ଆକର୍ଷଣୀୟ ବେଶ ପାଇଁ, ଆଉ ପୁଣି ଆଇଆଇଟି ବାବା ଏବଂ ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆ ତ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ।
କିନ୍ତୁ ଏଥର କେହି ସାଧୁ ବାବା ନୁହନ୍ତି, ପୁରା ଇଣ୍ଟରନେଟରେ ଖଲିବଲି ମଚାଇଛନ୍ତି, ଜଣେ ମାଳା ବିକାଳୀ, ୧୬ ବର୍ଷୀୟ ଭାଇରାଲ୍ ସେନ୍ସେସନ ମୋନାଲିସା ଭୋଁସଲେ । ସବୁଠୁ ବେଶୀ ଦୃଷ୍ଟି ଆକର୍ଷଣ କରୁଛି, ତାଙ୍କ ଶାମଳ ଚେହେରାକୁ ଧୂସର ଆଖି । ଯାହା ଏବେ ତାଙ୍କୁ ଇଣ୍ଟରନେଟ୍ ସେନ୍ସେସନ୍ ବନେଇଛି । ଚାରିଆଡେ ତାଙ୍କ ଫୋଟେ ଭାଇରାଲ ହେବାରେ ଲାଗିଛି ।
ଇନ୍ଦୋରର ଭାଇରାଲ ଝିଅ ମନୋଲିସା, କୁମ୍ଭମେଳାରେ ମାଳା ବିକ୍ରି କରୁଛନ୍ତି । ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଦୁଇଗୁଣ ମୂଲ୍ୟ ଦେଇ ଲୋକେ ତାଙ୍କଠୁ ମାଳା କିଣୁଛନ୍ତି । ୧୬ ବର୍ଷୀୟା ମୋନାଲିସାଙ୍କ ସୌନ୍ଦର୍ଯ୍ୟ ଲୋକଙ୍କୁ ମୋହିତ କରିଛି । ତାଙ୍କ ଭିଡିଓ ଇଣ୍ଟର୍ନେଟ୍ରେ ଖୁବ୍ ଭାଇରାଲ ହେଉଛି ।
,ଡାକୁ ନେଇ ମୋନାଲିସା କହିଛନ୍ତି, ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଆକାଉଣ୍ଟ୍ ମଧ୍ୟ ରହିଛି । ଏଠାରେ ତାଙ୍କର ବହୁ ସଂଖ୍ୟାରେ ଫଲୋଅର୍ ଅଛନ୍ତି । କିନ୍ତୁ ତାଙ୍କ ସହ ସେଲ୍ଫି ନେବା ପାଇଁ ଲୋକେ ଭିଡ଼ ଜମାଉଥିବାରୁ ଅନେକ ସମୟରେ ତାଙ୍କ ବାପା ବିରକ୍ତ ହେଉଛନ୍ତି । ତାଙ୍କର ଅନେକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି । ଆଉ ଏବେ ଖବର ସାମ୍ନାକୁ ଆସିଛି ଯେ, ସେ ଏବେ ଘରକୁ ଫେରିଯାଇଛନ୍ତି । କାରଣ ତାଙ୍କ ଭିଡିଓ ଭାଇରାଲ ହେବା ପରେ , ତାଙ୍କ ପାପା ତାଙ୍କୁ ଘରକୁ ପଠାଇଦେିଛନ୍ତି ।
Comments are closed.