ୱାଶିଂଟନ: ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି ଟ୍ରମ୍ପ। ଏଥର ପ୍ରବଳ ଥଣ୍ଡା ଯୋଗୁଁ ଖୋଲା ସ୍ଥାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଶପଥ ଗ୍ରହଣ ଉତ୍ସବରେ ଅନେକ କିଛି ଭିନ୍ନ ଦେଖିବାକୁ ମିଳିବ।
ଭାରତ ସମେତ ସାରା ବିଶ୍ୱର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ। ଏହି ସମାରୋହ ଆମେରିକାରେ ମଧ୍ୟାହ୍ନ ୧୨ଟା ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ସମୟରେ ଅନୁଷ୍ଠିତ ହେବ।
ଶପଥ ଗ୍ରହଣ ଉତ୍ସବ ଆମେରିକା କ୍ୟାପିଟଲର ରୋଟୁଣ୍ଡା ଭିତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ।
ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଉଥିବା ଶପଥ ୩୫ଟି ଶବ୍ଦରେ ଗଠିତ। ଏହି ଶବ୍ଦଗୁଡ଼ିକ ଆମେରିକା ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାକୁ ସମ୍ବିଧାନର ମୂଳ ଭାବନା ବୋଲି ମଧ୍ଯ କୁହାଯାଇଥାଏ।
ଆହୁରି ମଧ୍ଯ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ବେଳେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ବ୍ୟବହାର କରିବେ। ଏଥିମଧ୍ୟରୁ ଗୋଟିଏକୁ ତାଙ୍କ ମାଆ ଉପହାର ସ୍ୱରୂପ ଦେଇଥିଲେ। ସେହିପରି ଅନ୍ୟଟି ଲିଙ୍କନ୍ ବାଇବଲ।
Comments are closed.