Latest Odisha News

BREAKING NEWS

କମ୍ବିଂ ବେଳେ ଯବାନଙ୍କୁ ସଫଳତା, ମହିଳା କ୍ୟାଡର ମାଓବାଦୀ ନିହତ

କଟକ: କମ୍ବି ଅପରେସନ୍ ବେଳେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ କମ୍ବିଂ ଅପରେସନ୍ ବେଳେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଛି ।

ପୋଲିସ ଡିଜି କହିଛନ୍ତି କୌଣସି ସୂତ୍ରରୁ ଖବର ପାଇ ଏସଓଜି ଓ ଡିଭିଏଫ୍ ଯବାନମାନେ କମ୍ବିଂ ଅପରେସନ୍ କରିଥିଲେ । ମାଓବାଦୀଙ୍କ ଉପସ୍ଥିତି ଜାଣି ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ଜଙ୍ଗଲରୁ ଜଣେ ମହିଳା ମାଓବାଦୀର ମୃତ ଦେହ ଉଦ୍ଧାର କରାଯାଇଥିଲା । ମାଓବାଦୀଙ୍କ ମୁକାବିଲା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ପୋଲିସ ଡିଜି କହିଛନ୍ତି । ହିଂସା ଛାଡି ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ଯୋଜନାର ସୁବିଧା ନିଅନ୍ତୁ ବୋଲି ପୋଡିଜି ଡିଜି ଅପିଲ କରିଛନ୍ତି ।

Leave A Reply

Your email address will not be published.