Latest Odisha News

BREAKING NEWS

କାହିଁକି ଓ କେବେଠୁ ପାଳନ ହୁଏ ଶ୍ରମିକ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ମେ ମାସ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ ।

ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ ।

ଶହ ଶହ ବର୍ଷ ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା । ଶ୍ରମିକମାନେ ଅଧିକ ସମୟ କାମ କରୁଥିଲେ ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ ।ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ ।

ନ୍ୟାସନାଲ ଲେବର ୟୁନିୟନ ମଧ୍ୟ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା ।

୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।

ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.