Latest Odisha News

BREAKING NEWS

ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି । TDP MPs of Rajya Sabha- YS Chowdary, CM Ramesh,…

ଦେଖନ୍ତୁ ଭିଡ଼ିଓ: କେଜି ୬ ହଜାର ଟଙ୍କା, ଧାମରାରେ ବିରଳ ପ୍ରଜାତିର ମାଛ !

ଭୁବନେଶ୍ୱର/ଧାମରା: ଏମିତି କ’ଣ ରହିଛି ଏହି ମାଛରେ ଯେ, ଲୋକମାନେ ଏହି ମାଛ କେଜିଏ ଘରକୁ ନେବାଲାଗି ଟଣା ଓଟରା ଲାଗିଛନ୍ତି । ଏପରିକି ଏହି ମାଛ କେଜି ପିଛା ୬ ହଜାରରୁ ୭ ହଜାର ଟଙ୍କାରେ କିଣିନେଉଛନ୍ତି ଗରାଖ! ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଧରା ହୋଇଛି ବିରଳ ପ୍ରଜାତିର ଏକ ମାଛ । ଏହାର…

ଯୁକ୍ତ ୨ ନାମଲେଖା ଆବେଦନର ଅବଧି ଆଉ ଅଧିକ ଦିନ ଘୁଞ୍ଚିଲା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗୁରୁବାର ଦିନ +୨ ନାମଲେଖା ଲାଗି ଆବେଦନ କରିବାର ଶେଷ ତାରିଖକୁ ଆହୁରି ଅଧିକ ୫ ଦିନ ବୃଦ୍ଧି କରିଛନ୍ତି । ଏନେଇ ଏକ ବିଭାଗୀୟ ନୋଟିସ ଅନୁଯାୟୀ, ନାମ ଲେଖାଇବା ଲାଗି ଆବେଦନ କରିବାର ଶେଷ ତାରିଖ ଜୁନ ୨୧ ପରିବର୍ତ୍ତେ ଜୁନ ୨୬…

ପୌରାଣିକ କିମ୍ବଦନ୍ତୀରେ ରଥ-ପଥ ଓ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ…

ପୁରୀ/ଭୁବନେଶ୍ୱର: ‘ଶ୍ରୀଜଗନ୍ନାଥ’ - ମହାପ୍ରଭୁଙ୍କର ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ‘ଜୟ ଜଗନ୍ନାଥ’ - ଏହି ସର୍ବ ଶକ୍ତିମାନ ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ…

ଆସନ୍ତାକାଲିଠୁଁ ରାଜ୍ୟରେ ପ୍ରବଳ ବର୍ଷା, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ତୀବ୍ରଭାବେ କ୍ରୀୟାଶୀଳ ହେବାଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଛୁଇଁବ ବାର୍ଷିକ ମୌସୁମୀ । ଏନେଇ ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ…

ମହାନଦୀରେ ହେବ ନମାମୀ ଗଙ୍ଗା ପରି ପ୍ରକଳ୍ପ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ନମାମୀ ଗଙ୍ଗା ଯୋଜନା ପରି ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରକଳ୍ପ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଗଙ୍ଗା…

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ବେଢାର ଫଟୋ ଛାଡି ନିଲମ୍ବିତ ହେଲେ ସେବାୟତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ଜଣେ ସେବାୟତ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମନ୍ଦିର ବେଢା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଅଶୋକ ପାତ୍ର ନାମକ ଜଣେ ପାଟରା ସେବାୟତ…

ପଞ୍ଚଭୂତରେ ବିଲିନ ହେଲା ଓଡିଆ ସହିଦ ଯବାନ ଅଜିତଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ ସଂପନ୍ନ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅଜିତଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ସେନାପକ୍ଷରୁ…

କାଳବୈଶାଖୀ ସମ୍ଭାବନା, ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟତଃ ପାଗ କୋହଲା ରହିଥିବାବେଳେ ଗୁରୁବାର ଦିନ ୧୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୪ଟା…

ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନବୀନ ନିବାସ ଗଲେ ସାମ୍ବାଦିକା

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ଦିନ ନବୀନ ନିବାସରେ ଧାରଣା ଦେଇଛନ୍ତି । ସେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଏୟାରଫିଲ୍ଡ ଥାନାର ପୋଲିସ ତାଙ୍କୁ…