Latest Odisha News

BREAKING NEWS

ନଈରେ ଗାଧୋଇଲା ବେଳେ ଟାଣିନେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ମଣ୍ଡପଡା ଗ୍ରାମରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । https://youtu.be/CSaqia8nehc ଉକ୍ତ ଯୁବକଙ୍କ ନାମ ସଞ୍ଜୟ ପ୍ରଧାନ (୪୭) ଏବଂ ସେ…

ମାଲକାନଗିରିରେ ଡ଼ଙ୍ଗା ବୁଡ଼ିଲା, ଜଣେ ଶିଶୁ ସମେତ ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ଶିଶୁ ଏବଂ ୨ଜଣ ବ୍ୟକ୍ତି ନିଖୋଜ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତରୁ ମାଙ୍ଗାମୋପୁଡୁକୁ ସାପ୍ତାହିକ ହାଟ…

ମୁଁ ହଜି ଯାଇଛି

ମୁଁ ହଜି ଯାଇଛି ପ୍ରତିଭା ପ୍ରିୟଦର୍ଶିନୀ ଖୁବ ଅନ୍ୟମନସ୍କ ସୁରୁଚି । ହାତରେ ତିନି ତିନିଟା ବଡ଼ବଡ଼ ପଲିଥିନ ବ୍ୟାଗ । ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ । ଟାଉନ ବସରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ ଚେନରେ ୟା ଓଢଣୀଟାକୁ ଟାଣି ନେବାରେ ସେ ମନସ୍କ ହେଲା,…

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ, ୭୨.୩୩% ଉତ୍ତୀର୍ଣ୍ଣ

ଭୁବନେଶ୍ୱର : ବାର୍ଷିକ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳାଫଳ ଘୋଷଣା କରିବା ସହିତ ଚଳିତ ବର୍ଷ ମୋଟ୍ ୭୨.୩୩% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା…

ସାଧନାର ସତ୍ୟବାନ

ସାଧନାର ସତ୍ୟବାନ ସମରେନ୍ଦ୍ର ବଳିଆରସିଂହ ଢେର ସମୟ କଟିଥିଲା ସେଦିନ ସାଧନା ପାଖରେ । ତା’ ଜୀବନର ସବୁ ଦୁଃଖ ଆଉ ଯଂତ୍ରଣାକୁ ସେ ଯେମିତି ମୋ ପାଖରେ ଅଜାଡ଼ି ଦେଉଥିଲା । ମୋ ଖୁସି ପାଇଁ ସେ ତା’ ସର୍ବସ୍ୱ ମଧ୍ୟ ଅଜାଡ଼ି ଦେଉଥିଲା । ମୋ ପାଖରେ ତା’ ସର୍ବସ୍ୱର ଯାହା ମୂଲ, ସେଇଥିରୁ ସିଏ ପଠେଇବ…

ପାଟକୁରା ନିର୍ବାଚନ: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଇସିଆଇ ପାଟକୁରା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ…

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଭଉଣୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ । ସେମାନଙ୍କ ଘର ରାଇସୁଆଁ ଗାଁରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ…

ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ରେ ଚଳଚଞ୍ଚଳ ଦେବାଳୟ

ଭୁବନେଶ୍ୱର : ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ହିନ୍ଦୁଧର୍ମର ପର୍ବପର୍ବାଣୀ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ମାସ ଜ୍ୟେଷ୍ଠ ମାସରେ ପଡୁଥିବା ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଯାହାକୁ ଆମ ରାଜ୍ୟରେ ସାବିତ୍ରୀ ବ୍ରତ ଭାବେ…

ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ପରାସ୍ତ କଲା ବାଂଲାଦେଶ

ଓଭାଲ୍: ୨୦୧୯ ବିଶ୍ୱକପରେ ବାଂଲାଦେଶ କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟରେ ‘ଡ଼ାର୍କ ହର୍ଷ’ ସାବ୍ୟସ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦେଶକୁ ଏହି ବିଶ୍ୱକପର ଏକ ମ୍ୟାଚରେ ବାଂଲାଦେଶ ଦଳ ୨୧ରନରେ ପରାସ୍ତ କରି କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଛି । ପଡ଼ିଆରେ ଏକ ଚାମ୍ପିୟନ ଟିମ୍ ପରି…