Latest Odisha News

BREAKING NEWS

ବାଲୁକା କଳାରେ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ପବିତ୍ର ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍ ରେ ବିଶ୍ଵର ସବୁଠାରୁ ବଡ ବାଲିର ଦୀପ ତିଆରି କରି…

ବିଜେଡିର ୨୪ ବର୍ଷ ଶାସନ ଭିତରେ ଓଡ଼ିଆଙ୍କ ସ୍ୱାଭିମାନ ଭାଙ୍ଗିଛି, ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବଢିଛି-କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ  । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ପରସ୍ପରକୁ ଆକ୍ଷେପ, ସମାଲୋଚନା ସେତେ ବଢୁଛି । ଆଜି କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସରକାର ଉପରେ ବର୍ଷିଛି । ୨୪ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ତ ହୋଇପାରିନି…

ଭାଇରାଲ ହେଉଛି ପାକିସ୍ତାନ ଟିମ ପ୍ରତି ସେହ୍ୱାଗଙ୍କ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଅବସର ନେବା ପରେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି । ବିଶ୍ୱକପରୁ ବିଦା ହେବେ ପରେ ସେହ୍ୱାଗ ସମସ୍ତ ତଥ୍ୟ ଉପସ୍ଥାନ କରି ପାକିସ୍ତାନ ଟିମକୁ ସମାଲୋଚନା କରିଛନ୍ତି । ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।…

ରାଜ୍ୟର ସବୁ ସରକାରୀ ମେଡିକାଲରେ ବଢିବ ବେଡ୍‌ ସଂଖ୍ୟା, ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ ମେଡିକାଲରେ ବୃଦ୍ଧି ପାଇବ ବେଡ୍‌ ସଂଖ୍ୟା । ଆଇପିଏଚଏସ ୨୦୨୨ ନିୟମ ଅନୁଯାୟୀ ସରକାରୀ ମେଡିକାଲ ଗୁଡ଼ିକରେ ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବ । ତେବେ ୪୫ରୁ ୫୦ ହଜାରକୁ ବେଡ୍ ବଢାଇବା ନେଇ ଯୋଜନା ରହିଛି । ଏନେଇ ଆଜି (ଶନିବାର) ଗଣମାଧ୍ୟମକୁ…

ଦିନିକିଆ ବିଶ୍ୱକପ କ୍ରିକେଟ: କ୍ରମାଗତ ସେମିଫାଇନାଲ ପ୍ରବେଶରେ ନ୍ୟୁଜିଲାଣ୍ଡର ରେକର୍ଡ

କୋଲକାତା: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଏଥିସହ ନ୍ୟୁଜିଲାଣ୍ଡ ଟିମ ଇଂଲଣ୍ଡର ରେକର୍ଡ ସହ ସମକକ୍ଷ ହୋଇଛି । କ୍ରମାଗତ ୫ମ ଥର ପାଇଁ କିୱି ଟିମ ସେମିକୁ ଉନ୍ନୀତ ହୋଇଛନ୍ତି । ଏହା ପୂର୍ବରୁ କେବଳ ଇଂଲଣ୍ଡ ଏହି ସଫଳତା ହାସଲ କରିଥିଲା…

‘ମୁସଲମାନମାନଙ୍କ କଲ୍ୟାଣ ପାଇଁ ମୁଁ ମୋ ବାପାଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବି’

ବିଶାଖାପାଟନମ୍: ଆଜି (ଶନିବାର) ଏକ ସାଧାରଣସଭାକୁ ସମ୍ବୋଧିତ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ କହିଛନ୍ତି ଯେ, ମୁସଲମାନମାନଙ୍କ କଲ୍ୟାଣ ପାଇଁ ସେ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ରାଜାଶେଖର ରେଡ୍ଡୀଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବେ ।…

ମାର୍ଶଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୮ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ପୁଣେ: ବିଶ୍ୱକପ କ୍ରିକେଟରେ ଶନିବାର ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ ୮ ୱିକେଟ ବିନିମୟରେ ୩୦୬ ରନ କରିଥିଲା । ତୌହିଦ ହୃଦୋୟ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜମୁଲ ଶାନ୍ତୋ ୪୫ ଓ ଲିଟନ…

ସୁରଟର ରେଳ ଷ୍ଟେସନରେ ଦଳାଚକଟା; ଜଣେ ମୃତ, ଅନେକ ଆହତ

ଗାନ୍ଧୀନଗର: ଗୁଜୁରାଟର ସୁରଟ ରେଳ ଷ୍ଟେସନରେ ଅତ୍ୟଧିକ ଭିଡ ହେତୁ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ତିନିରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୀପାବଳିକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା ।…

ସେମିରେ ପ୍ରବେଶ କରିବା ପାଇଁ ୬.୪ ଓଭରରେ ପାକିସ୍ତାନକୁ କରିବାକୁ ପଡିବ ୩୩୮

କୋଲାକାତା: ଚଳିତ ବିଶ୍ୱକପରେ ଶନିବାର ପାକିସ୍ତାନ ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନକୁ ଏହି ଲକ୍ଷ୍ୟ ୬.୪ ଓଭରରେ ହାସଲ କରିବାକୁ ହେବ । ଯାହାକି ପ୍ରାୟତଃ ଅସମ୍ଭବ । ଅନ୍ୟ ଅର୍ଥରେ ପାକିସ୍ତାନ ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏବେ ୧୮୮…

ଛତିଶଗଡରେ ଓଡିଶାକୁ ଜିତାଇଦେବେ ପୁରନ୍ଦର !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ମାନେ ପ୍ରତ୍ୟେକ ଦିନ ପ୍ରଚାରକୁ ଓଲ୍ହାଉଛନ୍ତି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଲାଗି ପଡିଛନ୍ତି। ଏସବୁ ଭିତରେ ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା।…