Latest Odisha News

BREAKING NEWS

ରାଜଭବନରେ ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଭଜନରେ ପହଞ୍ଚିଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି କାଲି ନେବ ଶପଥ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଂଚିବା ପରେ ସ୍ୱାଗତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ…

ଆସନ୍ତୁ ଜାଣିବା କାହିଁକି ସମାଲୋଚିତ ହେଉଛନ୍ତି ନେତ୍ୟାନେହୁଙ୍କ ପରିବାର

ତେଲ ଅବୀବ: ହମାସ ବିପକ୍ଷ ଯୁଦ୍ଧ ବେଳେ ହଠାତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଓ ତାଙ୍କ ପରିବାରଙ୍କୁ କଡା ସମାଲୋଚନା କରାଯାଉଛି । ଯୁଦ୍ଧ ପରି ମାରାତ୍ମକ ପରିସ୍ଥିତି ସମୟରେ ଏହି ସମାଲୋଚନା କାହିଁକି କରାଯାଇଛି ଆସନ୍ତୁ ଜାଣିବା । ନେତ୍ୟାନେହୁ ଓ ତାଙ୍କ ପତ୍ନୀ ସେମାନଙ୍କ…

ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ

ବିଜୟନଗରମ: ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ । ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୦ ଘଣ୍ଟା ଭିତରେ ମରାମତି କାମ ସରିଥିଲା । ତା’ ପରେ ଟ୍ରାକରେ ଗଡିଥିଲା ଟ୍ରେନ । ପ୍ରଥମେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ…

ସାବତ ମା’ ମାଡରେ ୨ ଶିଶୁ ଗୁରୁତର

କଟକ: ମା' ନଥିବାରୁ ଦାଉ ସାଜିଲା ସାବତ ମା' । ଦୁଇ ଶିଶୁଙ୍କୁ ପିଟି ପିଟି ଗୁରୁତର କଲା ସାବତ ମା' । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ଦୀର୍ଘ ଦିନ…

ଉତ୍କୋଚ ନେବୁନି କି ଦେବୁନି- ଏମିତି ଶପଥ ନେଲେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ

ଭୁବନେଶ୍ୱର:ଶପଥ ନେଲେ ସରକାରୀ କର୍ମଚାରୀ ଓ ଅଫିସର । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବେ । ଉତ୍କୋଚ ନେବେ ନାହିଁ କିମ୍ବା ଦେବେ ନାହିଁ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି ।…

ନିର୍ବାଚନ ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ

ହାଇଦ୍ରାବାଦ: ତେଲେଙ୍ଗାନା ସାଂସଦ କୋଥା ପ୍ରଭାକର ରେଡ୍ଡୀ ଆଜି ରାଜ୍ୟର ସିଦ୍ଧିପେଟ୍ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରାମାଡ ହୋଇଛି । ଛୁରାମାଡ଼ରେ ପ୍ରଭାକରଙ୍କ ପେଟରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗାଜୱେଲ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।…

ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡି ବସିଲା କମିଶନରେଟ ପୋଲିସ

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ଦୋକାନ…

ମାତିଲେ ଚୋରଦଳ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରେଇ ନେଲେ ବୈଦ୍ୟୁତିକ ସାମଗ୍ରୀ

ନବରଙ୍ଗପୁର: ଜିଲ୍ଲାରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ରବିବାର ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଥିବା ଅଭିଯୋଗ…

ରାୟଗଡାର ୧୧ଟି ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଆଜି ବିଜୁ ଜନତା ଦଳ ପକ୍ଷରୁ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ  ତଥା ୫-ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ ଭିସି ମାଧ୍ୟମରେ…

ନଭେମ୍ବର ୧୯ରେ ପୁରୀ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା

ପୁରୀ: କଳିଙ୍ଗ ବଡି ବିଲଡିଂ ଫିଟନେସ୍ ଆସୋସିଏଶନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ୟୁନିଭର୍ସଲ ଲିଜେଣ୍ଡ କ୍ଲାସିକ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା । ଆସନ୍ତା ନଭେମ୍ବର ୧୯ ତାରିଖରେ ପୁରୀ ବେଳାଭୂମିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୧୦ ଲକ୍ଷ…