Latest Odisha News

BREAKING NEWS

ନିର୍ବାଚନ ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ

ହାଇଦ୍ରାବାଦ: ତେଲେଙ୍ଗାନା ସାଂସଦ କୋଥା ପ୍ରଭାକର ରେଡ୍ଡୀ ଆଜି ରାଜ୍ୟର ସିଦ୍ଧିପେଟ୍ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରାମାଡ ହୋଇଛି । ଛୁରାମାଡ଼ରେ ପ୍ରଭାକରଙ୍କ ପେଟରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗାଜୱେଲ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି ।

ଖବର ମୁତାବକ, ପ୍ରଚାର ସମୟରେ ବିଆରଏସ ସାଂସଦ ପ୍ରଭାକର ରେଡ୍ଡୀ ଜଣେ ନେତାଙ୍କ ସହ ହାତ ମିଶାଇବାକୁ ଯାଉଥିବା ସମୟରେ ତାଙ୍କୁ ଏହି ଆକ୍ରମଣ ହୋଇଥିଲା । ଜଣେ ଅଜଣା ବ୍ୟକ୍ତି ସାଂସଦଙ୍କ ନିକଟକୁ ଆସି ଛୁରୀରେ ତାଙ୍କ ପେଟକୁ ଜୋରେ ଆକ୍ରମଣ କରିଥିଲେ । ବ୍ୟକ୍ତି ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ବିଆରଏସ କର୍ମଚାରୀମାନେ ତାକୁ ଧରି ପିଟିଥିଲେ । ଏହାପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି । ତେବେ ଘଟଣାର ତଦନ୍ତ କରୁଥିବା କହିଛନ୍ତି ସିଦ୍ଧିପେଟ ପୋଲିସ କମିଶନର ଏନ ସ୍ବେତା ।

ତେବେ ବିଆରଏସ ସାଂସଦ  କୋଥା ପ୍ରଭାକର ରେଡ୍ଡୀ ବର୍ତ୍ତମାନ ମେଡକ ଲୋକସଭା ଆସନରୁ ସାଂସଦ ଅଛନ୍ତି । ସେ ଏଥର ଦୁବକ ଆସନରୁ ଲଢୁଛନ୍ତି ।

Leave A Reply

Your email address will not be published.