Latest Odisha News

BREAKING NEWS

ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ

ବିଜୟନଗରମ: ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ । ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୦ ଘଣ୍ଟା ଭିତରେ ମରାମତି କାମ ସରିଥିଲା । ତା’ ପରେ ଟ୍ରାକରେ ଗଡିଥିଲା ଟ୍ରେନ । ପ୍ରଥମେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡିଥିଲା ।
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ପରେ ପୁଣି ଚଳଚଞ୍ଚଳ ହୋଇଛି ଷ୍ଟେସନ । ସୋମବାର ୨.୩୬ ମିନିଟରେ ପ୍ରଶାନ୍ତି ଏକ୍ସପ୍ରେସ ଗଡିବାକୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ।
ଦୁର୍ଘଟଣା ପରେ ଏହି ଲାଇନରେ ୪୫ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । ହେଲେ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଫସି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଧାରଣାରେ ପଡିଥିବା ବଗିକୁ ହଟାଯାଇ ଟ୍ରାକ ମରାମତି କରାଯାଇଥିଲା । ଏହା ପରେ ଟ୍ରେନ ଚଳାଚଳ କରିଥିଲା ।

Leave A Reply

Your email address will not be published.