Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚରେ ‘ବର୍ଷା’ ପରେ ବିରାଟ-ରାହୁଲଙ୍କ ରନ୍ ‘ବର୍ଷା’

ଭୁବନେଶ୍ୱର: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ର ସୁପର-୪ରେ ଗତକାଲି ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ତେବେ ଆଜି ପୁଣି କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ମ୍ୟାଚ୍ ଆରମ୍ଭ କରାଯାଇଥିଲା । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା ।…

ଚିକିତ୍ସା ପାଇଁ ଧର୍ମେନ୍ଦ୍ରଙ୍କୁ ଆମେରିକା ନେଲେ ସନୀ ଦେଓଲ

ମୁମ୍ବାଇ: ଗଦର ୨ ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିଥିବା ସନୀ ଦେଓଲ କିନ୍ତୁ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ବାପା ଧର୍ମେନ୍ଦ୍ର ଅସୁସ୍ଥ ହୋଇ ପଡିଛନ୍ତି । ଚିକିତ୍ସା ପାଇଁ ସନୀ ଦେଓଲ ତାଙ୍କୁ ଆମେରିକା ନେଇ ଯାଇଛନ୍ତି । ରିପୋର୍ଟ ମୁତାବକ ଧର୍ମେନ୍ଦ୍ର ସେଠାରେ ୧୫ରୁ ୨୦ ଦିନ ରହି…

ମୋବାଇଲ ମେଳା ମାଧ୍ୟମରେ ଚୋରି ମୋବାଇଲ ଫେରି ପାଇଲେ ପ୍ରକୃତ ମାଲିକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର-କଟକ ଦୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମେଳା ଅନୁଷ୍ଠିତ…

ଲାଞ୍ଚ ମାମଲାରେ କୋର୍ଟରେ ଦଣ୍ଡିତ ହେଲେ ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବଡ଼ ନୂଆଗାଁସ୍ଥିତ ୟୁଜିୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ଲାଞ୍ଚ ନେବା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍ (ଭିଜିଲାନ୍ସ)ଙ୍କ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨) ଅନୁଯାୟୀ ଏବେ…

ଗୋଟିଏ ଗଛରେ ଫଳିଛି ଅଙ୍ଗୁର, ଆମ୍ବ ଏବଂ ସେଓ, ଡ଼େମୋ ଭିଡ଼ିଓ ସେୟାର

ଭାରତରେ ଅନେକ ପ୍ରକାରର ଫଳ ଚାଷ କରାଯାଏ । ପ୍ରତ୍ୟେକ ଫଳ ଋତୁ ଓ ତାପମାତ୍ରା ଅନୁସାରେ ଚାଷ କରାଯାଇଥାଏ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏଭଳି କୌଶଳ ଆପଣାଇଛନ୍ତି, ଯେଉଁଠି ଗୋଟେ ଗଛରେ ତିନି ପ୍ରକାରର ଫଳ ଫଳି ପାରିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବ୍ୟକ୍ତି ଜଣକ ଏହାର ସରଳ…

ଟି-ସାର୍ଟରେ ଶଙ୍ଖ ଚିହ୍ନ ନାହିଁ କହି ଏସପି ଓ ଜିଲ୍ଲାପାଳଙ୍କ ସମର୍ଥନରେ ବାହାରିଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ନେଇ ବିବାଦ ଦେଖାଦେଇଛି। ଟି-ସାର୍ଟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଏକ ପ୍ରକାର ଘେରାବନ୍ଦୀ କରି ସରକାରୀ ଅଧିକାରୀଙ୍କୁ ଏକା ମାଘକେ ଶୀତ ଯାଏନେ ବୋଲି ଚେତାବନୀ…

ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରାଯାଉଛି-ବିଜେପି

ଭୁବନେଶ୍ୱର: ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ ହେଉଛନ୍ତି ।  ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି ।  ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ…

ଏଥର ବକ୍ସ ଅଫିସରେ ମୁହାଁମୁହିଁ ହେବେ ପୁଷ୍ପା ୨ ଓ ସିଂଘମ ଏଗେନ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି…

୨୦୨୪ ପ୍ରସ୍ତୁତି, ଆରମ୍ଭ ହେଲା ଦଳୀୟ କର୍ମୀ ଓ ନେତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୨୪ରେ ନିର୍ବାଚନ ପ୍ରସ୍ତୁତି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ସୋମବାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ପକ୍ଷରୁ କର୍ମୀମାନଙ୍କ ପାଇଁ ମାଷ୍ଟର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ…

ନିର୍ମାତା ଘୋଷଣା କଲେ ‘ପୁଷ୍ପା-୨’ର ରିଲିଜ୍ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭୀନିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମ ‘ପୁଷ୍ପା’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ୱିତୀୟ ଭାଗକୁ ଚାହିଁ ରହିିଥିଲେ । ଆଜି ସେ ଅପେକ୍ଷାର ଅନ୍ତ ଘଟିଛି । ଫିଲ୍ମ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା…