Latest Odisha News

BREAKING NEWS

ନିର୍ମାତା ଘୋଷଣା କଲେ ‘ପୁଷ୍ପା-୨’ର ରିଲିଜ୍ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭୀନିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମ ‘ପୁଷ୍ପା’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ୱିତୀୟ ଭାଗକୁ ଚାହିଁ ରହିିଥିଲେ । ଆଜି ସେ ଅପେକ୍ଷାର ଅନ୍ତ ଘଟିଛି । ଫିଲ୍ମ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ମେଥରିଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛି । ରିଲିଜ୍ ତାରିଖ ସହ ସେୟାର କରାଯାଇଥିବା ଫଟୋରେ ଅଭିନେତାଙ୍କ ଆଙ୍ଗୁଠି ଦେଖିବାକୁ ମିଳିଛି । ଏହି ପୋଷ୍ଟରେ ‘ପୁଷ୍ପା: ଦି ରୁଲ’ ଅଗଷ୍ଟ ୧୫,୨୦୨୪ରେ ରିଲିଜ୍ ହେବ ବୋଲି ଲେଖାଯାଇଛି ।

ନିର୍ମାତା ରିଲିଜ୍ ତାରିଖ ଘୋଷଣା କରିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହା ପୂର୍ବରୁ ଫିଲ୍ମର ଟିଜର ଓ ଫିଲ୍ମରେ ଥିବା ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ଏହି ଫିଲ୍ମରେ ପୁଷ୍ପା ଓରଫ ଅଲ୍ଲୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇଛନ୍ତି ଦର୍ଶକ । ରିଲିଜ୍ କରାଯାଇଥିବା ଟିଜରରେ ପୁଷ୍ପା ମରିଯାଇଥିବା କୁହାଯାଉଥିବା ବେଳେ ଶେଷରେ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରୁ ଜଣାପଡ଼ୁଛି ଯେ ପୁଷ୍ପା ଏବେ ବି ଜୀବିତ ଅଛି । ଏହାର ଟିଜରକୁ ଦେଖିଲେ ପୁଷ୍ପା-୨, ପୁଷ୍ପା ଭଳି ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Leave A Reply

Your email address will not be published.