Latest Odisha News

BREAKING NEWS

ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ । ଖବର…

କବିତା : ବାପା

ସଞ୍ଜିତା ପ୍ରଧାନ  ବାପା ! ବ୍ରହ୍ମାଣ୍ଡର ଶ୍ରେଷ୍ଠ ଶବ୍ଦକୋଷ ସେଠି ଶବ୍ଦମାନେ ଯେତେଯେତେ କ୍ଲିଷ୍ଟ ଭାବାର୍ଥର ଗଭୀରତା ସେତେସେତେ ମିଷ୍ଟ । ସେଇ ଶବ୍ଦରେ ଗଢ଼ିହୁଏ ଅନେକ ଗପର ସହର କବିତାର ମନୋରମ ଗାଁ, ପଂକ୍ତିମାନେ ନିମିଷକେ ପାଲଟିଯାଆନ୍ତି ପ୍ରଜାପତି ଧାଡ଼ିସବୁ ମହୁମାଛି…

ଭାଷା ଭାଗବତ : ତାଂକର ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେଖିନି ରୂପ ମୁଁ ତାଂକର ଅଥବା ଶୁଣିନାହିଁ ସ୍ବର ତେବେ ବି ତାଂକର ଅକ୍ଷର ପଢ଼ିଲେ ଲାଗଇ ନିଜର ସେ କି ମୋହର ପ୍ରତିନିଧି ଜାଣିନି ଯେଣୁ ଅଦ୍ୟାବଧି ବିସ୍ମିତ ହୁଏଁ ତାଂକୁ ପଢ଼ି ମୋ ମନୋଭାବ ଦେଲେ ଗଢ଼ି ମଧୁର କବିତା ରୂପରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏକ ମୂଖ୍ୟ ଆକର୍ଷଣ ହେଲା ପ୍ରଭୁଙ୍କ ପ୍ରସାଦ। ତାହା ଅନ୍ନ ପ୍ରସାଦ (ମହାପ୍ରସାଦ ) ହେଉ ଅବା ବିଭିନ୍ନ ପିଷ୍ଟକ ଆଦି ସୁମିଷ୍ଟ ଭୋଗ ପଦାର୍ଥ(ଶୁଖିଲି…

ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତାଙ୍କୁ ୩.୭ ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ଉପହାର ଦେଲେ ଦିବ୍ୟାଙ୍ଗ ତାନୟା

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗକୁ ସହାୟତାର ହାତ ବଢ଼ାଇଛନ୍ତି ଆଉ ଜଣେ ଦିବ୍ୟାଙ୍ଗ। ମାନସିକ ଦିବ୍ୟାଙ୍ଗ ଲୀଲା ତାନୟା ଚୌଧୁରୀ ନିଜର ବଦାନ୍ୟତା ବଳରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି । ସେ ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତା ସାହୁଙ୍କ ଅସୁବିଧା ଦୂର କରିବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି…

ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ…

ମଣିପୁର: ୧୧ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ, ଇସ୍ତଫା ପ୍ରଶ୍ନକୁ ଏଡାଇ ଗଲେ ମୁଖ୍ୟମନ୍ତ୍ରୀ ବିରେନ୍

ଇମ୍ଫାଲ: ମଣିପୁରରେ ମେ' ୪ ତାରିଖରେ ଦୁଇ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଏପରିକି ସଂସଦର ଉଭୟ ଗୃହରେ ବିରୋଧୀମାନେ ଏହି ପ୍ରସଙ୍ଗ ଉଠାଇବା ପରେ ଶେଷରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଗୁଆ ମୁଲତବୀ…

ବିଏମସିର ‘ଦାଦାଗିରି’, ବଡ଼ବଡ଼ିଆଙ୍କ କ୍ଷେତ୍ରରେ କମିସନର ଲାଗୁ କରିବେ ତ ସମାନ ନିୟମ?

ଭୁବନେଶ୍ୱର:  ନିଜ ଦୋକାନ ନିକଟରେ ଅଳିଆ ଗଦା ପାଇଁ ଦାୟୀ ଜଣେ ହୋଟେଲ ମାଲିକଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମର ଯେସାକୁ ତେସା ଆଭିମୁଖ୍ୟ ସହରବାସୀଙ୍କୁ ଚକିତ କରିଛି। ଗୁରୁବାର ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ କଳ୍ପନା ଛକରେ ଥିବା ଏକ ହୋଟେଲ୍ ସମ୍ମୁଖରେ…

ସିଂହବାହିନୀ ବସକୁ ୪ ଲକ୍ଷ ୯୮ ହଜାର ଜରିମନା

ତାଳଚେର: ଘରୋଇ ବସବୁ ୪ ଲକ୍ଷ ୯୮ ହଜାର ଜରିମନା । ଦୀର୍ଘଦିନ ଧରି ବିନା ପରମିଟ୍ ନ ଥାଇ ଗାଡ଼ି ଚଳାଇବା ଓ ଟ୍ୟାକ୍ସ ଖିଲାପ କରି ଗାଡ଼ି ଚଳାଇବା ଆଦି ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଜରିମାନା କରିଛନ୍ତି ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ । ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା…

ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ଚିରଞ୍ଜୀବଙ୍କ ସମର୍ଥକ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ତାଙ୍କୁ ବହିଷ୍କାର କରିଛି। ଆଜି ଶୃଙ୍ଖଳା କମିଟିର ବୈଠକ ବସିଥିଲା। ଏହି ବୈଠକର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର…