Latest Odisha News

BREAKING NEWS

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ । ସେପଟେ…

ମଣିପୁର ହିଂସା: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏନ୍‌ ବିରେନ ସିଂହ

ଇମ୍ଫାଲ୍: ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଜାତିଗତ ହିଂସା ରୋକିବାରେ ବିଫଳ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ  ଏନ୍ ବିରେନ ସିଂ। ଶୁକ୍ରବାର ଦିନ ୩ ଟାରେ ରାଜ୍ୟପାଳ  ଅନୁସୁୟା ଉଇକେଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ ବୋଲି ସୂଚନା…

କୁଡିଆ ଘରର କଣ୍ଟା କରିଦେଲା ପଙ୍ଗୁ; ଏବେ ରୋଗ ଶଯ୍ୟାରେ ସରକାରୀ ସହାୟତା ଅପେକ୍ଷାରେ ପ୍ରମୋଦ

ଢେଙ୍କାନାଳ:ସରକାର ଜନତାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଲାେକଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି  ଏ ସୁବିଧା ? ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ…

ଜାଲରେ ପଡ଼ିଲା ବିଶାଳକାୟ ମାଛ: ବିକ୍ରି କରି ନ ପାରି ଚିନ୍ତାରେ ଚାଷୀ

ଭଦ୍ରକ: ଜାଲରେ ପଡିଛି ଏତେବଡ  ମାଛ ! ଦେଖିଲେ ଆଖି ଖୋସି ହେଇଯିବ । ଓଜନ ବି କିଛି କମ ନୁହେଁ । ପୂରା ୩୦ କେଜି । ମାଛଧରାଳି କେଉଟ ତ ଏତେବଡ ମାଛକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଏବେ ପଡିଛନ୍ତି ଚିନ୍ତାରେ । କ’ଣ କରିବେ ଏଇ ମାଛକୁ ନେଇ ? ଏତେ ବଡ ମାଛକୁ ନେବ କିଏ ? ଘରେ ବା…

ରଥାରୁଢ ଠାକୁରଙ୍କର ଆଜି ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରିବିଜେ

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି ।   ସିଂହଦ୍ୱାର ଆଗରେ ତିନି ରଥ ଉପରେ ଅଧରପଣା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଋଷ ରାଷ୍ଟ୍ରପତିଙ୍କ ପ୍ରଂଶସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ଭଲ ବାଣିଜ୍ୟ ସମ୍ପର୍କ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭ୍ଲାଦିମିର ପୁଟିନ୍ ପରସ୍ପରକୁ ସର୍ବଦା ପ୍ରଶଂସା କରନ୍ତି। ଏହି ସମୟରେ…

ଆଜି ସରୁଛି ଯୁକ୍ତ ଦୁଇ ନାମଲେଖା ଆବେଦନ; ରାତି ୧୧.୪୫ ପର୍ଯ୍ୟନ୍ତ ହେଇପାରିବ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର: ଆଜି ସରୁଛି ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା। ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ ଜାରି ରହିବ। ଅନ୍‌ଲାଇନ୍ ନାମଲେଖା ଆବେଦନ ସରିବା ପରେ ଜୁଲାଇ ୬ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ବି…

5T ସଚିବ ଭି. କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ , ଅନେକ ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତର ଆଜି ୨ୟ ଦିନ । ୨ୟ ଦିନରେ ଜଗତସିଂହପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ଉପରେ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା…

ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ…

ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତର ଦ୍ୱିତୀୟ ଦିନ, ମୈତେଇ ସମ୍ପ୍ରଦାୟ ଲୋକଙ୍କ ସହ କଲେ ସାକ୍ଷାତ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଆସିଛନ୍ତି। ଆଜି ଗସ୍ତର ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ ରାହୁଲ ଗାନ୍ଧୀ ଇମ୍ଫାଲଠାରୁ ୬୩ କିଲୋମିଟର ଦୂରରେ ଥିବା ଚୁରାଚାନ୍ଦପୁରରେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଥିବା…