Latest Odisha News

BREAKING NEWS

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ…

ପୁଣି କାୟା ବିସ୍ତାର କଲାଣି କରୋନା; ୧୪୬ ଦିନ ପରେ ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସରଗରମ ଥିବା ରାଜନୈତିକ ମାହୋଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏପଟେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ୍-୧୯। ଶନିବାର ଦେଶରେ ୧୫୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ୧୪୬ ଦିନ ଭିତରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଟି୨୦ରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ହରାଇଲା ଆଫଗାନିସ୍ତାନ

ଶାରଜା: ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ଆଫଗାନିସ୍ତାନ କ୍ରିକେଟ ଟିମ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଆଫଗାନିସ୍ତାନ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୯ ୱିକେଟ ହରାଇ ୯୨ ରନ କରିଥିଲା ।…

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

ବୁଢା ହେଲେ ସିଂହ ଆତ୍ମହତ୍ୟା କରେ କି? କେତେ ଅଛି ଏହି କଥାର ସତ

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ବିଶ୍ୱାସ କରନ୍ତି ଯେ ସିଂହ ଯେବେ ଵୃଦ୍ଧାଵସ୍ଥାରେ ଉପନୀତ ହୁଏ, ସେତେବେଳେ ସେ ଆଉ ଶିକାର କରିପାରିନଥାଏ ଓ ନିଜକୁ ମାରିଦିଏ । ଆପଣ ବି କେବେ ନା କେବେ ଏହି କଥା ଶୁଣିଥିବେ । କିନ୍ତୁ ଏହି କଥା ସତ ନୁହେଁ । ଆଜି ଆମେ ଆପଣଙ୍କୁ ବାସ୍ତବ କଥା ବାବଦରେ କହିବୁ ।…

ବାଲେଶ୍ୱର କୃଷି ମେଳାରେ ଯୋଗ ଦେଇ କୃଷକଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁରୁଡା ପଡ଼ିଆରେ ଆୟୋଜିତ କୃଷି ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ତାଙ୍କ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଇଛନ୍ତି।…

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି । ତେବେ କଂଗ୍ରେସ ଆଜି ପାଦେ ଆଗେଇ ୧୨୪ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ମୁତାବକ କଂଗ୍ରେସ ପିସିସି ସଭାପତି ଡିକେ ଶିବକୁମାର…

ସାଉଥରେ ହିଟ, ବଲିଉଡରେ ଫ୍ଲପ୍ ଏସବୁ ରିମେକ୍ ଫିଲ୍ମ

ମୁମ୍ବାଇ: ବଲିଉଡରେ କିଛି ବର୍ଷ ହେଲା ସାଉଥର ସୁପରହିଟ ଫିଲ୍ମକୁ ରିମେକ କରାଯାଉଛି । ତେବେ ଏହି ଫିଲ୍ମଗୁଡ଼ିକ ଯଦିଓ ସାଉଥ୍ ଇଣ୍ଡଷ୍ଟ୍ରିରେ ହିଟ ସାବ୍ୟସ୍ତ ହୋଇଥିଲା, କିନ୍ତୁ ହିନ୍ଦୀ ରିମେକ୍ ଫିଲ୍ମ ଦର୍ଶକଙ୍କୁ ସେତେ ପସନ୍ଦ ଆସିନଥିଲା । ଯାହାଦ୍ୱାରା ହିନ୍ଦୀ ରିମେକ୍ ଫିଲ୍ମ ଫ୍ଲପ୍ ହୋଇଥିଲା…

ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା; ଅପରାଧ କଲେ ରକ୍ଷା ନାହିଁ

ପୁରୀ : ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା।  ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ଶ୍ରୀମନ୍ଦିରରେ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଲାଗିବାକୁ ଥିବା ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରାର ଫୁଟେଜ୍ କ୍ଲିୟର ଆସିବ। ଫଳରେ ଅପରାଧ…

ଓକିଲ ସଂଘ ନିର୍ବାଚନ ଆରମ୍ଭ; ୧୫୩ ବାର୍‌ ଆସୋସିଏସନରେ ଚାଲିଛି ଭୋଟ ଗ୍ରହଣ

ଭୁବନେଶ୍ୱର: ଆଜି ରାଜ୍ୟରେ ଓକିଲ ସଂଘର ନିର୍ବାଚନ ହେବ। ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ପଡ଼ିବ। ରାଜ୍ୟରେ ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନରେ ମୋଟ ୩୩, ୪୩୪ ଆଇନଜୀବୀ ଭୋଟ ଦେବାକୁ…