Latest Odisha News

BREAKING NEWS

ସାଉଥରେ ହିଟ, ବଲିଉଡରେ ଫ୍ଲପ୍ ଏସବୁ ରିମେକ୍ ଫିଲ୍ମ

ମୁମ୍ବାଇ: ବଲିଉଡରେ କିଛି ବର୍ଷ ହେଲା ସାଉଥର ସୁପରହିଟ ଫିଲ୍ମକୁ ରିମେକ କରାଯାଉଛି । ତେବେ ଏହି ଫିଲ୍ମଗୁଡ଼ିକ ଯଦିଓ ସାଉଥ୍ ଇଣ୍ଡଷ୍ଟ୍ରିରେ ହିଟ ସାବ୍ୟସ୍ତ ହୋଇଥିଲା, କିନ୍ତୁ ହିନ୍ଦୀ ରିମେକ୍ ଫିଲ୍ମ ଦର୍ଶକଙ୍କୁ ସେତେ ପସନ୍ଦ ଆସିନଥିଲା । ଯାହାଦ୍ୱାରା ହିନ୍ଦୀ ରିମେକ୍ ଫିଲ୍ମ ଫ୍ଲପ୍ ହୋଇଥିଲା । ଆଜି ଆମେ ଆପଣଙ୍କୁ ଏଭଳି ୪ଟି ବଲିଉଡ ଚଳଚ୍ଚିତ୍ର ବିଷୟରେ କହିବୁ ଯାହା ସାଉଥ୍ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ଥିଲା କିନ୍ତୁ ଫ୍ଲପ୍ ହୋଇଥିଲା ।

ଜର୍ସି
ଏହି ତାଲିକାର ପ୍ରଥମ ନାମ ଭାବରେ ଫିଲ୍ମ ‘ଜର୍ସି’ ଆସିବ । ପ୍ରାୟ ୭୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମାତ୍ର ୨୭ କୋଟି ଟଙ୍କାର ବ୍ୟବସାୟ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୯ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ଜର୍ସି’ ହିଟ ସାବ୍ୟସ୍ତ ହୋଇଥିଲା ।

ବିକ୍ରମ ବେଦ
୨୦୧୭ ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ବିକ୍ରମ-ବେଦ’ ସୁପରହିଟ ସାବ୍ୟସ୍ତ ହୋଇଥିଲେ ବି ଏହାର ହିନ୍ଦୀ ରିମେକ ସେତେ ସଫଳତା ପାଇନଥିଲା । ତାମିଲ ଚଳଚ୍ଚିତ୍ରରେ ଆର ମାଧବନ ଏବଂ ବିଜୟ ସେଥୁପତି ନଜର ଆସିଥିବାବେଳେ ଏହାର ହିନ୍ଦୀ ରିମେକର ନାମ ମଧ୍ୟ ‘ବିକ୍ରମ-ବେଦ’ ଥିଲା ଯେଉଁଥିରେ ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ଏକାଠି କାମ କରିଥିଲେ। ୧୭୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ମାତ୍ର ୧୨୭ କୋଟି ଟଙ୍କା ରୋଜଗାର କରିପାରିଥିଲା ।

ସେହଜାଦା
କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନଙ୍କ ଅଭିନୀତ ‘ସେହଜାଦା’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନଥିବାବେଳେ ତେଲୁଗୁ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର କିନ୍ତୁ ଚମତ୍କାର କରିଥିଲା ​​। ଫିଲ୍ମ ‘ସେହଜାଦା’ ହେଉଛି ସୁପରହିଟ୍ ଚଳଚ୍ଚିତ୍ର ‘ଆଲା ବୈକୁଣ୍ଠପୁରାମୁଲୁ’ର ହିନ୍ଦୀ ରିମେକ୍। କାର୍ତ୍ତିକ ଆର୍ଯ୍ୟନଙ୍କ ‘ସେହଜାଦା’ ୭୫ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବାବେଳେ ମାତ୍ର ୪୭.୨୦ କୋଟି ଟଙ୍କା ଆୟ କରିପାରିଥିଲା ।

ସେଲଫି
ଇମ୍ରାନ୍ ହାଶମି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସେଲଫି’ର ଜୋରଦାର ପ୍ରମୋସନ କରାଯାଇଥିଲେ ବି ଏହା ଫ୍ଲପ୍ ହୋଇଥିଲା । ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ସେଲଫି ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର ‘ଡ୍ରାଇଭିଂ ଲାଇସେନ୍ସ’ର ହିନ୍ଦୀ ରିମେକ୍। ପ୍ରାୟ ୧୧୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସଅଫିସରେ ମାତ୍ର ୨୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.