Latest Odisha News

BREAKING NEWS

ବାଲେଶ୍ୱର କୃଷି ମେଳାରେ ଯୋଗ ଦେଇ କୃଷକଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁରୁଡା ପଡ଼ିଆରେ ଆୟୋଜିତ କୃଷି ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ତାଙ୍କ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଇଛନ୍ତି। ଶନିବାର ସକାଳେ କେନ୍ଦ୍ରମନ୍ତ୍ରୀ ମେଳାରେ ପହଞ୍ଚିବା ପରେ ୧୦.୩୦ ମେଳା ଉଦ୍‌ଘାଟନ କରିଥିଲେ। ଏହାପରେ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିଥିଲେ ଉଭୟ ସାଂସଦ ଓ ମନ୍ତ୍ରୀ।

କୃଷି ଜାଗରଣ ନାମକ ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ଏହି କୃଷି ମେଳା ୩ ଦିନ ଧରି  ଚାଲିବ। ଏହି କାର୍ଯ୍ୟକ୍ରମରେ ଶହ ଶହ କୃଷକ, ଗୋପାଳନ ଓ ଛେଳି ଚାଷ କରୁଥିବା ଛାଷୀ, କୁକୁଡ଼ା, ମତ୍ସ୍ୟ ଚାଷୀ, ମତ୍ସ୍ୟ ଶିଳ୍ପୋଦ୍ୟୋଗୀ, କୃଷି ଯନ୍ତ୍ରପାତି ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ଦ୍ୟୋଗୀ, କୃଷି ବୈଜ୍ଞାନିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ଯ୍ୟକର୍ତ୍ତମାନେ ଯୋଗ ଦେଇଛନ୍ତି। ପାଞ୍ଚଶହ ସଫଳ ଚାଷୀ ମାନଙ୍କୁ ଏଠାରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ମେଳାରେ ବିଭିନ୍ନ ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ(FPO), ମତ୍ସ୍ୟକୃଷକ ଉତ୍ପାଦକ ସଂଘ (FFPO), ବ୍ୟବସାୟୀ, ସରକାରୀ, କୃଷି ବିଶ୍ଵବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ନାବାର୍ଡ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେବେ। ଏହି ଅଧିକାରୀମାନେ ଚାଷୀମାନଙ୍କୁ ଚାଷ, ସଂରକ୍ଷଣ, ପ୍ରକ୍ରିୟାକରଣ, ବଜାର, ଅର୍ଥାଗମ ଅର୍ଥ ପରିଚାଳନା, ସବ୍ସିଡି ଅନ୍ୟାନ୍ୟ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

Leave A Reply

Your email address will not be published.