Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି । ତେବେ କଂଗ୍ରେସ ଆଜି ପାଦେ ଆଗେଇ ୧୨୪ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ମୁତାବକ କଂଗ୍ରେସ ପିସିସି ସଭାପତି ଡିକେ ଶିବକୁମାର କନକପୁରାରୁ ନିର୍ବାଚନ ଲଢ଼ିବେ । ଅନ୍ୟପଟେ ବରୁଣାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଟିକେଟ ଦିଆଯାଇଛି ।

କୁହାଯାଉଛି ଯେ ସିଦ୍ଧରମେୟା କୋଲାରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ତେବେ ତାଙ୍କୁ ତାଙ୍କ ପୁଅଙ୍କ ଆସନରୁ ଟିକେଟ ଦିଆଯାଇଛି । ଏହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅକୁ ମଧ୍ୟ ଟିକେ ଦିଆଯାଇଛି । ଖଡ଼ଗେଙ୍କ ପୁଅ ପ୍ରିୟାଙ୍କଙ୍କୁ ଚିତାପୁରରୁ ଟିକେଟ ଦିଆଯାଇଛି । ଉଲ୍ଲେଖ ଥାଉ କି ଯଦିଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଏଯାଏଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଆଶା କରାଯାଉଛି ଯେ ଆସନ୍ତା ସପ୍ତାହରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିପାରନ୍ତି । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ଥିବାବେଳେ ମେ ୨୪ ପୂର୍ବରୁ ନିର୍ବାଚନ କରିବାକୁ ପଡିବ ।

Leave A Reply

Your email address will not be published.