Latest Odisha News

BREAKING NEWS

ଟି୨୦ରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ହରାଇଲା ଆଫଗାନିସ୍ତାନ

ଶାରଜା: ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ଆଫଗାନିସ୍ତାନ କ୍ରିକେଟ ଟିମ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଆଫଗାନିସ୍ତାନ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୯ ୱିକେଟ ହରାଇ ୯୨ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ୧୭.୫ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅବଶ୍ୟ ପାକିସ୍ତାନର ୩ ଷ୍ଟାର ଖେଳାଳି ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଆଫ୍ରିଦୀଙ୍କୁ ବିଶ୍ରାମ ଦିଆଯାଇଛି । ଟସ ଜିତି ପ୍ରଥମେ ପାକିସ୍ତାନ ବ୍ୟାଟିଂ ନିଷ୍ପତି ନେଇଥିଲା ।

ସ୍ୟାମ ଆୟୁବ ୧୭ ତ୍ୟାୟବ ତାହୀର ୧୬ ଓ ଶାଦବ ଖାଁ ୧୨ ରନ କରିଥିଲେ । ଆଫଗାନିସ୍ତାନ ମଧ୍ୟ ବିଜୟ ହାସଲ ପାଇଁ ସଂଘର୍ଷ କରିଥିଲା । ମହମ୍ମଦ ନାବି ୩୮ ରନର ଅପରାଜିତ ଇନିଂସ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ରହମାନୁଲ୍ଲା ଗୁରୁବାଜ ୧୬ ରନ କରିଥିଲେ ।

Leave A Reply

Your email address will not be published.