Latest Odisha News

BREAKING NEWS

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଦିପାଞ୍ଜଳୀ ଓ ତାଙ୍କ ସମ୍ପର୍କୀୟ। ରୋଗଗ୍ରସ୍ତ ହୋଇ ପ୍ରଥମେ ମାଆ ଓ ପରେ ବାପା ଚାଲିଯିବା ପରେ ସତେ ଯେପରି ଦିପାଞ୍ଜଳୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା । ଆଉ ଏଭଳି ଘଡ଼ିସନ୍ଧି ସମୟରେ ଦେବଦୂତ ହୋଇ ଆସିଲେ ସୁଶାନ୍ତ ସିଂ।

କେବଳ ବାହାଘର ନୁହେଁ, ଯେବେଠାରୁ ଦିପାଞ୍ଜଳୀଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ସାହାରା ଉଠି ଯାଇଛି, ସେବେଠାରୁ ଦୁଖଃର ସାଥୀ ହୋଇ ଛିଡ଼ା ହୋଛନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ଦିପାଞ୍ଜଳୀଙ୍କର ବିବାହର ସବୁ ଖର୍ଚ୍ଚ ତୁଲାଇଥିବାରୁ ସୁଶାନ୍ତଙ୍କ ଏହି ମହନୀୟତାକୁ ଭୁରିଭୁରି ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଜଣେ ଅନାଥ ଝିଅର ବାପା ସାଜି, ଜଣେ ପ୍ରକୃତ ଜନ ପ୍ରତିନିଧିର ପ୍ରମାଣ ଦେଇଛନ୍ତି । ଆଉ ଏହି ଘଟଣା ଜଣା ପଡିବାପରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ବିଧାୟକ ସୁଶାନ୍ତ ସିଂ । ପୂର୍ବରୁ ମଧ୍ୟ ସୁଶାନ୍ତ ସିଂ ମନ୍ତ୍ରୀ ଥିବା ସମୟରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ନିଜେ ଆମ୍ବୁାଲାନ୍ସ ଚଳାଇ ନେବା ଓ ଶେଷକୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ।

Leave A Reply

Your email address will not be published.