ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ ‘ସମାଲୋଚନା’ ମୂଳକ ପତ୍ରିକାର ଡେପୁଟି ଏଡିଟର୍ ( ଅତିରିକ୍ତ ସହ ସଂପାଦକ ) ଭାବେ କାର୍ଯ୍ୟ କରୁଥିଲେ । ତତ୍କାଳୀନ ମହାମାରୀ ସମୟରେ ଗାନ୍ଧୀଙ୍କ କାର୍ଯ୍ୟକଳାପ ଓ ସଂଗଠିତ ଦକ୍ଷତାକୁ ଦେଖି ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପରେ ପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ପାଲଟି ଯାଇଥିଲେ । ଗାନ୍ଧିଜୀ ସେତେବେଳକୁ ସେଠାରେ ବସବାସ କରି ସାରିଥିଲେ । ଥରେ ରେଳ ଷ୍ଟେସନରେ ଗାନ୍ଧୀଜୀ ନେପାଳ ଯିବାକୁ ଅପେକ୍ଷା କରିଥିବା ବେଳେ ହେନେରୀ ପୋଲକ୍ ତାଙ୍କୁ ଭେଟିଥିଲେ । ସେ ଜନ୍ ରୁନିଷ୍କଙ୍କ ‘ଅନ୍ ଟୁ ଦିସ୍ ଲଷ୍ଟ୍’ ପୁସ୍ତକଟିକୁ ଦେଇ କହିଥିଲେ ‘ତୁମେ ଏହାକୁ ବାଟରେ ପଢିବ ।’ ପୁସ୍ତକଟି ଛୋଟ ଥିଲା, ଗାନ୍ଧୀ ସେହି ପୁସ୍ତକକୁ ଘଣ୍ଟାକ ମଧ୍ୟରେ ପଢି ଦେଇଥିଲେ । ବହିଟି ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯାହାକୁ ସେ ପରବର୍ତ୍ତୀ ସମୟରେ ସେହି ପୁସ୍ତକ ବିଷୟରେ କିଛି ଟିପ୍ପଣୀ ଲେଖିଥିଲେ – “ମୁଁ ଏହି ପୁସ୍ତକ ହାତକୁ ନେବା ପରେ ଛାଡି ପାରିଲି ନାହିଁ । କାରଣ ଏହା ମୋତେ ପଢିବା ବେଳେ ଭାବବିହ୍ୱଳ କରିଥିଲା ।”
ବାସ୍ତବରେ ଗାନ୍ଧୀଜୀ ଏହା ପୂର୍ବରୁ ସେଭଳି କୈାଣସି ରୁଷକିନ୍ ପୁସ୍ତକ ପଢିନଥିଲେ । ୧୮୮୯ ମସିହାରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିବା ଦାର୍ଶନିକ ରୁସ୍କିନ୍ ଅନେକ ପୁସ୍ତକ ଲେଖିଥିଲେ । ‘ଆଧୁନିକ ଚିତ୍ର (ମର୍ଡନ ପେଣ୍ଟିଂ)’ରେ ‘ସେ ଉଲ୍ଲେଖ କରି ଲେଖିଛନ୍ତି ଯେ ‘ ଗତି ମୁଖର ସମାଜ ଭିତରେ ଏପର୍ଯ୍ୟନ୍ତ ସେମିତି କିଛି ଅଗ୍ରଗତି ଘଟିନାହିଁ । ଏକ ଘଣ୍ଟାରେ ଶହେ ମାଇଲ ଯାତ୍ରା କରିବା କିମ୍ବା ଏକ ମିନିଟରେ ହଜାରେ ମିଟର କପଡା ପ୍ରସ୍ତୁତ କରିବା ଆମକୁ ଶକ୍ତିଶାଳୀ, ଖୁସି କିମ୍ବା ଜ୍ଞାନବାନ କରିବ ନାହିଁ । ମଣିଷ ଯାହା ଦେଖିପାରେ ତା’ଠାରୁ ଏହି ଦୁନିଆରେ କେତେଯେ ଅଧିକ ବିଦ୍ୟମାନ ପଦାର୍ଥ ଲୁଚି ରହିଛି, ତାହା କଳ୍ପନା ବାହାରେ । ସବୁବେଳେ ମନ୍ଥର ଗତିରେ ସମାଜର ପରିବର୍ତ୍ତନ ଆସେ, ଯାହା କେବେ କାହାରିକୁ ସାମାନ୍ୟ ଭଲ ଦେଖାଯାଏ ନାହିଁ । ମନେରଖିବା ଉଚିତ୍ ଯେ ବନ୍ଧୁକର ଗୁଳି ଦ୍ରୁତ ଗତି ଅପେକ୍ଷା ଆଉ କିଛି ଭଲ କାମ କରେ ନାହିଁ । ପ୍ରକୃତରେ ମଣିଷ, ତା’ର ଧୀର ଗତିବିଧିରେ କୈାଣସି କ୍ଷତିରେ ପଡିବ ନାହିଁ । କାରଣ ତାଙ୍କର ତୀବ୍ର ଗତିଶୀଳରେ ଗୈାରବ ନଥାଏ, ବରଂ ଅସ୍ତିତ୍ୱରେ ଥାଏ । ରୁଷକିନ୍ଙ୍କ ଙ୍କ ପଚାଶ ବର୍ଷ ପରେ ଗାନ୍ଧୀ ଜନ୍ମ ହୋଇଥିଲେ । କିନ୍ତୁ ତାଙ୍କର ପ୍ରଥମ ପୁସ୍ତକ ଗାନ୍ଧୀଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗଠନମୂଳକ ପରିବର୍ତ୍ତନ ଆଣିଦେଇଥିଲା । ଫଳସ୍ୱରୂପ, ଗାନ୍ଧୀ ରୁଷକିନ୍ଙ୍କ ଅନ୍ୟାନ୍ୟ ପୁସ୍ତକଗୁଡ଼ିକୁ ମଧ୍ୟ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହା କୁହାଯାଇପାରେ ଯେ ମାନବ ଜୀବନ ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ଗାନ୍ଧୀଙ୍କ ଧାରଣା ରୁଷକିନ୍ଙ୍କ ସହିତ ସମାନ ଥିଲା । ସେ ବିଜ୍ଞାନ ଯୁଗର ଆଗମନ ସହିତ ଶୀଘ୍ର ଆସୁଥିବା ପରିବର୍ତ୍ତନ ଗୁଡ଼ିକୁ ଗ୍ରହଣ କରିଥିଲେ । ଉଭୟଙ୍କ ଜୀବନ ଦର୍ଶନରେ ଆଶ୍ଚର୍ଯ୍ୟ ଜନକ ସମାନତା ଥିଲା ।
ଗାନ୍ଧୀ ନିଜେ ଗୁଜରାଟୀରେ ‘ଅନ୍ ଟୁ ଏ ଲଷ୍ଟ’ ଅନୁବାଦ କରିଥିଲେ ଏବଂ ଏହାର ନାମ ‘ସର୍ଭୋଦୟ’ ଶୀର୍ଷକ ରଖିଥିଲେ । ‘ଅନ୍ ଟୁ ଏ ଲଷ୍ଟ୍’ ଅଧ୍ୟୟନରୁ ସେ ଯାହା ବୁଝିଥିଲେ ତାକୁ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ‘- ଗୋଟିଏ ହେଉଛି, ସମସ୍ତଙ୍କର ଭଲରେ ଆମର ମଙ୍ଗଳ ଅଛି । ଦୁଇ ଓକିଲ ମଧ୍ୟରେ ଉଭୟ ଓକିଲଙ୍କ କାର୍ଯ୍ୟ ପ୍ରଣାଳୀ ସମାନ ହେବା ଉଚିତ, କାରଣ ଜୀବିକା ନିର୍ବାହ ପାଇଁ ସମସ୍ତଙ୍କର ସମାନ ଅଧିକାର ରହିଛି । ତୃତୀୟତଃ ସରଳ ଶ୍ରମ-ମଜୁରୀ କୃଷକଙ୍କ ଜୀବନ ହେଉଛି ପ୍ରକୃତ ଜୀବନ । ଗାନ୍ଧୀ ରୁସ୍ଓଷକିନ୍ଙ୍କ ଏହି ପୁସ୍ତକକୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ । ରୁସ୍କିନ୍ ବ୍ୟତୀତ ଗାନ୍ଧୀ ଲୁଇ ଟୋଲଷ୍ଟୟଙ୍କ ପୁସ୍ତକ ‘ସ୍ୱର୍ଗ ରାଜ୍ୟ ଆପଣଙ୍କ ହୃଦୟରେ’ , ତାଙ୍କ ଜୀବନରେ ପ୍ରଭାବ ପକାଇଥିବା ସ୍ୱୀକାର କରିଥିଲେ । ଏହି ଦୁଇଟି ପୁସ୍ତକ ବ୍ୟତୀତ ରାଇଚାନ୍ଦ ଭାଇଙ୍କ ଲାଇଭ୍ ଯୋଗାଯୋଗ ( ସଜୀବ ସଂପର୍କର) ତାଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥିଲା । ରୁସ୍କିନ୍, ଟୋଲଷ୍ଟୟ ଏବଂ ରାଇଚାନ୍ଦ ଭାଇ ଗାନ୍ଧୀଙ୍କ ଚିନ୍ତା ଚେତନା ଧାରାକୁ ନୂତନ ଆଲୋକରେ ଭରି ଦେଉଥିଲା, ଏହାକୁ ସେ ନିଜ ଭିତରେ ଅନୁଭବ କରୁଥିଲେ । ଜଗତୀକରଣ ଏବଂ ଅତ୍ୟଧିକ ବସ୍ତୁବାଦୀ ଯୁଗରେ, ଯେକୈଣସି ଯୁବକ ଏଭଳି ଏକ ଉପଦେୟ ପୁସ୍ତକ ଯଦି ସଂଗ୍ରହ କରି ପଢି ରାତିସାରା ଏସବୁ ବିଷୟରେ ଚିନ୍ତା କଲେ ବହୁତ ଖୁସି ଏବଂ ସନ୍ତୁଷ୍ଟ ହେବ । ବସ୍ତୁବାଦୀ ବା ଭୌତିକ ସଂପଦ ଠାରୁ ଦୂରେଇ ତା’ ପରଦିନ ଏକ ଆଶ୍ରମ ପ୍ରତିଷ୍ଠା କରି ସରଳ ଜୀବନ ବିତାଇବାକୁ ଚେଷ୍ଟା କରିବ ! ଯେଉଁଠାରେ ସେ ଚାଷ କରି ଶ୍ରମ ଦ୍ୱାରା ରୋଜଗାର କ୍ଷମ ହେବ , ଅର୍ଥାତ୍ ସରଳ ଜୀବନ ଓ କଠିନ ପରିଶ୍ରମର ଆନନ୍ଦ ପାଇବ !
ଗାନ୍ଧୀ ନିଜେ ଏଭଳି ବସବାସ କରିବାକୁ ଚାହୁଁଥିଲେ । ଏପରିକି ଓକିଲାତି ଛାଡ଼ି ଦେବାକୁ ପ୍ରସ୍ତୁତ ଥିଲେ । ତିନି ଏକର ଜମି ପାଇବା, ସେଥିରୁ ଜୀବିକା ନିର୍ବାହ ପାଇଁ କଠିନ ପରିଶ୍ରମ କରିବାକୁ ସେଠାରୁ ଚାଲି ଯିବାକୁ ଚାହୁଁଥିଲେ । ସେଭଳି ସୁଯୋଗ ତାଙ୍କୁ ମିଳି ନଥିବାରୁ ସେ ଲେଖିଛନ୍ତି – “ମୁଁ ପ୍ରାୟତଃ ଦେଖିଛି ଯେ ଆମେ କିଛି ଚାହୁଁ ଏବଂ ଅନ୍ୟ କିଛି ଘଟେ ।” ଦଳିତ ତଥା ଦଳିତଙ୍କ ସେବା କରିବାକୁ ତାଙ୍କର ପ୍ରତିବଦ୍ଧତା ହେତୁ ସେ ଜୋହାନ୍ସବର୍ଗ କାର୍ଯ୍ୟାଳୟ ବନ୍ଦ କରି ପାରିନଥିଲେ । ବ୍ୟକ୍ତିତ୍ୱର ବିକାଶ, ନୈତିକତା ଏବଂ ଚରିତ୍ର ନିର୍ମାଣର ମୈ।ଳିକ ଦାୟିତ୍ଵ ଗୁଡିକ ପାଇଁ ପ୍ରସ୍ତାବ ନୀତି ସମ୍ପୂର୍ଣ୍ଣ ଭାବରେ ଅଣଦେଖା ହୋଇଗଲା । ଏହାକୁ ବୁଝିବା ପାଇଁ, ଆଜିର ଯୁବ ପିଢ଼ି ସାମ୍ନାରେ ସବୁଠାରୁ ବଡ ଉଦାହରଣ ହେଉଛି ଗଙ୍ଗା ନଦୀ ସ୍ଥିତିର ପରିବର୍ତ୍ତନ । ଯାହା ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିରେ ଅତ୍ୟଧିକ ସମ୍ମାନର ବିଷୟ ହୋଇଆସୁଛି । ଗଙ୍ଗା ସ୍ନାନ, ଗଙ୍ଗା ଜଳ ପବିତ୍ରତା’ର ପ୍ରତୀକ । ଏହା ଜାଣିବା ପାଇଁ, ୧୯୫୦ ମସିହାରେ ବନାରସରେ ଗଙ୍ଗାରେ ବୁଡ଼ ପକାଇଥିବା ବ୍ୟକ୍ତିଙ୍କୁ ସାକ୍ଷାତ୍ ଯଦି କରାଯାଏ, ଯେତେବେଳେ ଗଙ୍ଗା ପ୍ରକୃତି ପରିଷ୍କାର ଏବଂ ନିର୍ମଳ ଥିଲା ଏବଂ ଏହାକୁ ପରିଷ୍କାର କରିବା ମଧ୍ୟ ଆବଶ୍ୟକ ନଥିଲା କି କୈାଣସି ସରକାରୀ ଅନୁଦାନ ଯୋଜନା ସେ ସମୟରେ କରାଯାଇ ନଥିଲା । କିନ୍ତୁ ଏବେ ଗଙ୍ଗାକୁ ସଫା କରିବା ପାଇଁ ହଜାର ହଜାର କୋଟିର ଯୋଜନା ଅଟକଳ କରାଯାଉଛି, ଏବଂ ନୂତନ କାର୍ଯ୍ୟ ଚାଲିଛି ନାଁ’ରେ କେବଳ ପ୍ରତିଶ୍ରୁତି ମିଳୁଛି । ସେତେବେଳେ ସେହି ବ୍ୟକ୍ତି କେବଳ ଗଙ୍ଗା କୂଳକୁ ଯାଇ ଲୁହ ଢାଳି ପାରିବେ, ସେ ଏହାର ଜଳ ସ୍ପର୍ଶ କରି ପାରିବେ ନାହିଁ ! ଏହା କେଉଁ ପ୍ରକାର ପ୍ରଗତି ? ପ୍ରଦୂଷଣକୁ ଦୂର କରିବା ନାଁ’ରେ, କେବଳ ଅର୍ଥର ଅପଚୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଗତି ପରିବର୍ତ୍ତେ କେବଳ ଦୁର୍ଭାଗ୍ୟ ସାମ୍ନାକୁ ଆସିଛି । କେବଳ ଗଙ୍ଗା ପ୍ରଦୂଷିତ ହୋଇଛି ତାହା ନୁହେଁ । ଭାରତ ବର୍ଷରେ ଗଙ୍ଗା ଭଳି ଅନେକ ନଦ ନଦୀ ଗଙ୍ଗା, ଯମୁନା, ନର୍ମଦା, କାବେରୀ, ବ୍ରହ୍ମପୁତ୍ର, କ୍ରିଷ୍ଣା, ସରସ୍ଵତୀ, ଭାର୍ଗବୀ, ମହାନଦୀ, ସାଳନ୍ଦୀ, ଅଂଶୁପା ଆଦିକୁ ଏଡିଦେଇ ହେବନାହିଁ । ସ୍ୱାଧୀନତା ପରେ ଅନେକ ଅଞ୍ଚଳର ନଦ ନଦୀ ଅଧିକ ପ୍ରଦୂଷଣ ହେବାର ଦୃଶ୍ୟ କେତେ ନୈତିକ ଉନ୍ନତି ଘଟିଛି ସହଜରେ କହିହେବ ?
ଗଣତନ୍ତ୍ରରେ ସଂସଦ ଗୃହକୁ ଅତି ପବିତ୍ର ସ୍ଥାନ ବା ମନ୍ଦିର ଭାବରେ ବିବେଚନା କରାଯାଏ । ଯେଉଁଠାରେ ସାଧାରଣ ନାଗରିକ ନ୍ୟାୟ, ସମାନତା, ସୁରକ୍ଷା ଓ ସହାୟତା ଆଶା କରନ୍ତି । ପ୍ରତ୍ୟେକ ମନୋନୀତ ପ୍ରତିନିଧି ହେଉଛନ୍ତି ପଞ୍ଚ-ପରମେଶ୍ୱରଙ୍କ ରୂପ । ଭାରତ ସଂସଦ ନୂତନ ନିୟମ ଓ କଟକଣାର ଏକମାତ୍ର ଉତ୍ସ ହେବା କଦାପି ନୁହେଁ । ଏହା ଅତ୍ୟାବଶ୍ୟକ ଉତ୍ତର ଦାୟିତ୍ଵ ହେବା ଉଚିତ୍ । ସଂସଦ ଉପରେ ଗୋଟିଏ ରାଷ୍ଟ୍ରର ଭବିଷ୍ୟତ ଅନ୍ୟାନ୍ୟ ଆଶା, ଆକାଂକ୍ଷା ମଧ୍ୟ ରହିଛି । ସର୍ବପ୍ରଥମେ ଜନ ପ୍ରତିନିଧି ଗଣ ତାଙ୍କ ନିଜ କାର୍ଯ୍ୟ ପଦ୍ଧତିକୁ ସମ୍ମାନଜନକ, ଆଦର୍ଶ ଏବଂ ଜନସାଧାରଣଙ୍କ ଆଗ୍ରହ ଭାଜନ ରୂପକ କାର୍ଯ୍ୟ କରିବା ଆବଶ୍ୟକ । ସେତେବେଳର ସାଂସଦମାନେ କୈାଣସି ବେତନ ନେଉ ନଥିଲେ । ସେମାନେ କେବଳ ଅଳ୍ପ କିଛି ଟଙ୍କା ଭତ୍ତା ପାଇଥିଲେ । ସେହି ସମୟରେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀକୁ ଆଜିର ରାଜନୈତିକ ନେତା ଭୁଲି ଯାଇଛନ୍ତି । ଏବେ ଦରମା-ଭତ୍ତା, ସୁବିଧା, ସମ୍ମାନଜନକ ସାଂସଦ ଏବଂ ବିଧାୟକଙ୍କ ସୁବିଧା ଦ୍ରୁତ ଗତିରେ ବଢ଼ି ଚାଲିଛି । ପ୍ରତ୍ୟେକ ଥର ଚୟନରେ ଅନେକ ସୁବିଧା ସହ ପେନଶନର ବୃଦ୍ଧି ଘଟିଛି । ଏହା କ୍ରମାଗତ ଭାବରେ ବୃଦ୍ଧି ପାଇଛି, ଅର୍ଥାତ୍ ସେମାନଙ୍କର କେବଳ ଅଗ୍ରଗତି ହୋଇଛି ! ଦେଶ ସେବା , ତ୍ୟାଗ ନାମରେ କେବଳ ଭୋଗ ଚାଲିଛି । ଏକଥା ସତ୍ୟ ଯେ, ସେହି ସମୟର ପ୍ରତିଷ୍ଠା, ସମ୍ମାନ ଏବେ କ୍ରମାଗତ ଭାବେ ହ୍ରାସ ପାଉଛି ।
ଉତ୍ତରଣ ଗତି ଏବଂ ପ୍ରଗତି ମଧ୍ୟରେ ସମ୍ପର୍କ ବୁଝିବାରେ ଏହି ଉଦ୍ଧୃତି ସହାୟକ ହୋଇପାରେ । ସାଧାରଣତଃ , ଗତିର ସମ୍ପର୍କ କେବଳ ଯନ୍ତ୍ରରେ ଯୋଗ କରି ଦେଖାଯାଏ । ଗାନ୍ଧୀ ଓ ରୁସ୍କିନ୍ ଏହାର ସମାନ ସମ୍ବେଦନଶୀଳ ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବରେ ବୁଝିଥିଲେ । ଏସଂପର୍କରେ ଗାନ୍ଧୀ ତାଙ୍କ ହିନ୍ଦ୍ ସ୍ୱରାଜରେ ଯାହା ସବୁ ଲେଖିଥିଲେ ତାହା ଆଜି ବୁଝିବା ସହଜ ନୁହେଁ । ସେ ଲେଖିଛନ୍ତି, ଇଂରେଜମାନେ ଆମ ପାଇଁ କରିଥିବା କ୍ଷତିର କୈାଣସି ସୀମା ନାହିଁ । ଭାରତରୁ ପ୍ରାୟ ଅଦୃଶ୍ୟ ହୋଇଯାଇଥିବା ଏହି କର୍ମଶାଳା ହେଉଛି ନିଜେ ଇଂରେଜମାନଙ୍କ କାମ । କିନ୍ତୁ ଗାନ୍ଧୀ ସମସ୍ତ ଦୋଷ ବ୍ରିଟିଶ୍ ମାନଙ୍କ ଉପରେ ରଖି ନାହାନ୍ତି । ସେ ବ୍ୟାଖ୍ୟା କରି କହିଛନ୍ତି – ‘ ଇଂରେଜମାନଙ୍କୁ କିପରି ଦାୟୀ କରାଯାଇପାରିବ ? ଆମେ ସେମାନଙ୍କ ପୋଷାକ ପିନ୍ଧିଲୁ, ତା’ପରେ ସେମାନେ ପୋଷାକ ତିଆରି କଲେ । ଯେଉଁ ବେଗରେ ଆମେ ରାସାୟନିକ ସାର, ଟ୍ରାକ୍ଟର, ଅମଳ ଇତ୍ୟାଦି ବ୍ୟବହାର କରୁଥିଲୁ, ଏହାକୁ ଆନନ୍ଦରେ ଗ୍ରହଣ କରି ଶ୍ରମରୁ ମୁକ୍ତି ପାଇଲୁ । ଯାହା ଫଳରେ ଆଜି ଗାଁ’ଗୁଡ଼ିକୁ ନିଛାଟିଆ ପାଲଟି ଯାଇଛି । ଯେପରି ପ୍ଲାଷ୍ଟିକର ବ୍ୟବହାରକୁ ଶୀଘ୍ର ଗ୍ରହଣ କରାଯାଇଥିଲା, ଏବେ ସେପରି ସେଥିରୁ ମୁକ୍ତି ପାଇବା ଅସମ୍ଭବ ହୋଇପଡିଛି ।
ପ୍ରକୃତରେ ଗାନ୍ଧୀ ଶତବାର୍ଷିକୀ ଜନ୍ମ ଜୟନ୍ତୀ ପାଳନ ହେଉଛି । ସେଭଳି ଜଣେ ଯୁଗାନ୍ତକାରୀ ଯୁଗଜନ୍ମା ମହାପୁରୁଷଙ୍କୁ ସ୍ମରଣ କରିବାରେ କାହାର ଦିଗ୍ଧା ନାହିଁ । କିନ୍ତୁ ତାଙ୍କରି ନାମରେ ଏସବୁ ଉତ୍ସବ ପାଳନ କରିବା ପ୍ରହସନ ନୁହେଁ ତ (?) , ନା ନିଜକୁ ବିଜ୍ଞାପିତ କରିବାର ଏକ ସରଳ ମାର୍ଗ (?) ତାହା ପାଠକଙ୍କ ବିଚାର ସାପେକ୍ଷ । ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ଆଜିର ରାଜନେତା, ପ୍ରଶାସନ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସ୍ପଷ୍ଟ ଦିବାଲୋକରେ ବାରି ହୋଇ ପଡ଼ୁଛି । ତେବେ କହିରଖେ ନିଜକୁ ବିଶ୍ଳେଷଣ କଲେ ଜୀବନର ପ୍ରତ୍ୟେକଟି ଦିଗରେ ପରିବର୍ତ୍ତନ ଘଟିଥାଏ । ଏହାକୁ ଗ୍ରହଣ କରାଯିବା ଦ୍ବାରା ପ୍ରତ୍ୟେକଟି ମୁହୂର୍ତ୍ତରେ ସକାରାତ୍ମକ ଫଳାଫଳ ମିଳେ । ପରିବର୍ତ୍ତନ ସବୁଠାରେ ଅଛି ଓ ହେବା ଅପରିହାର୍ଯ୍ୟ । କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନ ପ୍ରଗତି ଆଣେ ନାହିଁ କିମ୍ବା ପ୍ରତ୍ୟେକ ବଢୁଥିବା ଉତ୍ତରଣର ଗତି ପ୍ରଗତି ଆଡ଼କୁ ଯାଏ ନାହିଁ । ଏସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଚିନ୍ତା କରିବାର ବେଳ ଆସିଛି । କେବଳ ସେହି ପରିବର୍ତ୍ତନ ଗ୍ରହଣୀୟ ଅଟେ, ଯାହା କେବଳ ଦେଶ, ସମୟ ଓ ପରିସ୍ଥିତି ସହିତ ଖାପଖୁଆଇ ଯେତିକି ହେବା ଉଚିତ୍, ସେତିକି ସମନ୍ୱିତ କରିବା ଆବଶ୍ୟକ..!!!
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ: ୯୪୩୭୭ ୪୦୨୮୦
Email : Laxmansahoo9040@gmail.com
Comments are closed.