Latest Odisha News

BREAKING NEWS

କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ

ଭୁବନେଶ୍ୱର : କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମାହାରୀ ସମ୍ମାନ। ଚଳିତଥର ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ ପାଇଁ ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ଆଦିତି ମଙ୍ଗଳ ଦାସ ମନୋନୀତ ହୋଇଛନ୍ତି। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରଯାଉଥିବା ଏହି ସମ୍ମାନ ପ୍ରଦାନ କରାଯିବ।

ସମ୍ମାନ ବାବଦକୁ ୫୦ହଜାର ଟଙ୍କା ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ହେଉଛନ୍ତି ଆଦିତି। ନୃତ୍ୟ ଜଗତର ଏକ ପ୍ରତିଷ୍ଠିତ ନାମ। ଜଣେ ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ଓ ଗୁରୁ ଭାବେ ଦେଶ ବିଦେଶରେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି । ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ନୃତ୍ୟ ପରିବେଷଣ କରି ଶାସ୍ତ୍ରୀୟ ନୃତ୍ୟକୁ ସୁଦୂର ପ୍ରସାର କରିପାରିଛନ୍ତି । ନୂଆ ଦିଲ୍ଲୀର ଆଦିତି ମଙ୍ଗଲଦାସ ଡାନ୍ସ ଅନୁଷ୍ଠାନରେ ବହୁ ଛାତ୍ର ଛାତ୍ରୀ ତାଲିମ୍ ନେଉଛନ୍ତି ।

ମାହାରୀ ସମ୍ମାନ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀଙ୍କୁ ପ୍ରଦାନ କରାଯାଏ। ଯାହାକି ଓଡ଼ିଶୀ ନୃତ୍ୟର ମୂଳ ଉତ୍ସ ଶ୍ରୀ ଜଗନ୍ନାଥ ମନ୍ଦିରର ଦେବଦାସୀ ମାନଙ୍କର ଉତ୍ସର୍ଗୀକୃତ ସେବା ଓ ତ୍ୟାଗ, ସାଧନା ପ୍ରତି ନିବେଦିତ।

ମାର୍ଚ୍ଚ ୧୭ରେ ଏହି ମାହାରୀ ସମ୍ମାନ ପ୍ରଦାନ କରାଯିବ। ଗୁରୁ ପଙ୍କଜ ଉତ୍ସବରେ ବିଭିନ୍ନ ପ୍ରାନ୍ତର ଓ ଓଡ଼ିଶାର ବହୁ ଉଦୀୟମାନ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

Comments are closed, but trackbacks and pingbacks are open.