ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ’ ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି ।
ସୁନୀଲ ଗ୍ରୋଭରଙ୍କ ସହ କାମ କରିବେନି । ଅଧିକ ସମୟ ସୁଟିଂ କରିବେନି । ସୁଟିଂ ସେଟ୍ରେ ତାଙ୍କୁ ଜୁନିଅର ଆର୍ଟିଷ୍ଟ ରୂପେ ବ୍ୟବହାର ଦେଖାଯାଉଛି । ଏହି ସମସ୍ତ ଘଟଣା ପାଇଁ ନିର୍ମାତାଙ୍କ ଉପରେ ଖପ୍ପା ଅଛନ୍ତି ଶିଳ୍ପା ସିନ୍ଦେ । ତେବେ ଶିଳ୍ପାଙ୍କ ଅଭିଯୋଗ ଏତିକିରେ ସରିନି । ସୋସିଆଲ୍ ମିଡିଆରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ର ପ୍ରଯୋଜକଙ୍କ ସହ ତାଙ୍କ ହ୍ୱାଟ୍ସଆପ୍ ଚାଟିଂକୁ ବି ସେ ସେୟାର କରିଛନ୍ତି ।
ସେହିଭଳି ଶିଳ୍ପା ପ୍ରଥମରୁ ହିଁ ସୁନୀଲଙ୍କ ସହ କାମ କରିବେ ନାହିଁ ବୋଲି ନିର୍ମାତାଙ୍କୁ ରୋକ୍ଠୋକ୍ ଶୁଣାଇଥିଲେ । ହେଲେ ସୁଟିଂ ସେଟ୍ରେ ସେ ସୁନୀଲଙ୍କୁ ଦେଖିବା ପରେ ନିର୍ମାତାଙ୍କ ସହ ସେ କଥାବାର୍ତ୍ତା ହୋଇଥିଲେ । ତଥାପି ସମାଧାନର କୌଣସି ବାଟ ନ ବାହାରିବା ପରେ ସେ ଇ-ମେଲ ବି କରିଥିଲେ । ଯାହାର ସ୍କ୍ରିନ୍ସଟ୍ ଖୋଦ ଶିଳ୍ପା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ସମସ୍ତ ପୋଷ୍ଟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କମେଡି ସୋ’କୁ ନେଇ ଶିଳ୍ପା ପ୍ରଥମରୁ ହିଁ ସ୍ପଷ୍ଟୀକରଣ ରଖିଥିଲେ । କହିବାକୁ ଗଲେ ଶିଳ୍ପାଙ୍କୁ ସୋ’ର ନିର୍ମାତାମାନେ ହିଁ ଅନ୍ଧାରରେ ରଖିଥିଲେ । ତେବେ ଦେଖାଯାଉ ଆଗାମି ଦିନରେ ଶିଳ୍ପା ସୋ’ରେ ରହିବାକୁ କୌଣସି ସର୍ତ୍ତ ଉପରେ ପୁନର୍ବିଚାର କରିବେ ନା ସୁନୀଲଙ୍କ ପାଇଁ ଟାଟା ବାୟବାୟ କହିବେ ।
Comments are closed.