Latest Odisha News

ପୋଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତରପ୍ରଦେଶର କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ନିହତ ।

ମିଳିଥିବା ସୂଚନା ଅନୁସାରେ, ବିକାଶକୁ ସ୍ପେସିଆଲ ଟାସ୍କ ଫୋର୍ସଙ୍କ ସହ ମଧ୍ୟପ୍ରଦେଶରୁ କାନପୁର ଅଣାଯିବା ବାଟରେ ସେ ବସିଥିବା ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ପୋଲିସ ହାତରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳିରେ ବିକାଶ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଦିନ ବିକାଶ ଦୁବେକୁ ଗିରଫ କରାଯାଇଥିଲା। ଯାହାକୁ ହେପାଜତରେ ନେଇଥିଲା ମଧ୍ୟପ୍ରଦେଶ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ପରେ ବିକାଶକୁ ଉତ୍ତରପ୍ରଦେଶ ପୋଲିସ ରିମାଣ୍ଡରେ ଆଣିଥାନ୍ତା ।

ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ବିଗତ ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ ।

Leave A Reply

Your email address will not be published.