Latest Odisha News

BREAKING NEWS

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ନମକିନ୍ ଓ ମିଠା କଣ୍ଟେନରରୁ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ଏସଟିଏଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ଏସଟିଏଫ୍।

ଭୁବନେଶ୍ୱର ସ୍ଥିତ ଗୋହିରା ଛକରୁ ଗଞ୍ଜେଇ ବେଝେଇ କଣ୍ଟେନର ମଧ୍ୟ ଜବତ ହୋଇଛି। ନମକିନ୍ ଓ ମିଠା କଂଟେନରରେ ୮ କ୍ୱିଣ୍ଟାଲ ଗଞ୍ଜେଇ ବୋଝେଇ କରିି ଦିଲ୍ଲୀ ଚାଲାଣ କରୁଥିଲେ ଅଭିଯୁକ୍ତ। ପୂର୍ବରୁ ଗତ ୩ ତାରିଖରେ ଡମଣା ଛକରୁ ଏକ ପିଚୁ ହାଇୱାର ସିକ୍ରେଟ ଚାମ୍ବରରୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ୨୦୨୦ରୁ ଏଯାଏଁ ୧୨୧ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୫୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ୧୫୦ରୁ ଊଦ୍ଧ୍ୱର୍ ନିଶାବେପାରୀ ଓ ମାଫିଆଙ୍କୁ ଗିରଫ କରାଯାଇଥିବା ନେଇ ଏସଟିଏଫ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.