Latest Odisha News

BREAKING NEWS

ନେଶନାଲ ହେରାଲ୍ଡ ମାମଲା: ଇଡିକୁ ପୁଣି ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଇଡି ନିକଟରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ସୋନିଆଙ୍କୁ ଗତ ୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଜୁନ ୨ରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ । ଆଉ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ ।
ଯାହାର ପ୍ରତିକ୍ରିୟାରେ ଇଡି ସୋନିଆଙ୍କୁ ଜୁନ ୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା ।

କଂଗ୍ରେସ ଅଧ୍ୟକ୍ଷାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଜୁନ ୧୨ରେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଆଡମିଶନ ହେବାକୁ ପଡ଼ିଲା । ଏକ ସପ୍ତାହରୁ ଅଧିକ ଦିନ ଧରି ଚିକିତ୍ସିତ ହେବା ପରେ ସୋନିଆ ୨୦ ତାରିଖରେ ଘରକୁ ଫେରିଛନ୍ତି ।

ଘରକୁ ଫେରିଥିଲେ ସୁଦ୍ଧା ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ତାଙ୍କର ଚିକିତ୍ସା ଚାଲୁଛି ଏବଂ ଡାକ୍ତରଙ୍କ ନିରୀକ୍ଷଣରେ ରହୁଛନ୍ତି । ତେଣୁ ସେ ସଂପୂର୍ଣ୍ଣ ସୁସ୍ଥ ହେଲା ପରେ ଇଡି ନିକଟରେ ହାଜର ହୋଇପାରିବେ ବୋଲି ସୋନିଆ ଚିଠି ଲେଖିଛନ୍ତି । ତେଣୁ ଅଧିକ କିଛଇ ଦିନ ସମୟ ମାଗିଥିବା ବେଳେ କିଛି ନିର୍ଦ୍ଧିଷ୍ଟ ତାରିଖ କିମ୍ବା ସମୟ ଉଲ୍ଲେଖ କରିନାହାନ୍ତି ।

Leave A Reply

Your email address will not be published.