Latest Odisha News

BREAKING NEWS

ବାହାଘର କାର୍ଡ ବାଣ୍ଟିବା ନାଁରେ କରୁଥିଲେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଗଞ୍ଜେଇ ଚାଲାଣର ନୂଆ ତରିକା ସାମ୍ନାକୁ ଆସିଛି । ବାହାଘର କାର୍ଡ ବାଣ୍ଟିବା ନାଁରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ୩ ଜଣ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ।

ଅବକାରୀ ବିଭାଗ ଠାକୁରଗଡ଼ରୁ ଅନୁଗୁଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଭୋର୍ ସମୟରେ ମୁଣ୍ଡାସାହି ନିକଟରେ ସନ୍ଦେହରେ ଏକ କାରକୁ ଅଟକାଇ ପଚରାଉଚରା ବେଳେ ସେମାନେ ବାହାଘର ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ଯାଉଥିବା କହିଥିଲେ । ତେବେ ସନ୍ଦେହ ବଢିବାରୁ ଗାଡ଼ିକୁ ଯାଞ୍ଚ କରିଥିଲେ ଅବକାରୀ କର୍ମଚାରୀ ।

କାରରୁ ୬୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସେହିଭଳି ବଇଣ୍ଡା ଛକ ନିକଟରେ ଏକ ବୋଲେରୋରୁ ୪୮ କେଜି ଗଞ୍ଜେଇ ଜବତ ହୋଇଛି । ଉକ୍ତ ମାମଲାରେ ମଧ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ । ଏସବୁ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ବାଲେଶ୍ଵର ଚାଲାଣ ହେଉଥିବା ଜଣା ପଡ଼ିଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ ।

Leave A Reply

Your email address will not be published.