Latest Odisha News

BREAKING NEWS

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି ବୋଲି ପଦ ହରାଇଲେ ସରପଞ୍ଚ

ଢେଙ୍କାନାଳ: ଭାଷା ପାଇଁ ପଦ ଗଲା । ଓଡ଼ିଆ ଭାଷା ଲେଖିବା ଓ ପଢ଼ିବାରେ ଅସମର୍ଥ ଯୋଗୁ ସରପଞ୍ଚ ପଦ ହରାଇଛନ୍ତି । ଏଭଳି ମାମଲା ଆସିଛି ଢେଙ୍କାନାଳ ଜିଲ୍ଲାରୁ । ସଦର ବ୍ଲକର ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଢେଙ୍କାନାଳ ଦୌରା ଜଜ ଅଯୋଗ୍ୟ ଘୋଷିତ କରିଛନ୍ତି ।

ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୪ ଧାରା ୧୧(ବି) ଅନୁସାରେ, ଓଡ଼ିଆ ଭାଷା ଲେଖିବା ଓ ପଢ଼ି ନ ପାରିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏବେ ସେଠାରେ ପୁଣି ସରପଞ୍ଚ ପଦବୀ ଲାଗି ନିର୍ବାଚନ ହେବ ।

୨୦୨୨ ପଞ୍ଚାୟତ ନିର୍ବାଚନରେ କୈଳାସଙ୍କ ଠାରୁ ହାରିଥିଲେ ପୁରୁଷୋତ୍ତମ ଦେହୁରୀ । ନିରକ୍ଷର କୈଳାସ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ପୁରୁଷୋତ୍ତମ । ଏବେ କୈଳାସ କହିଛନ୍ତି ସେ ଓଡ଼ିଆ ଲେଖିପାରିବେ ଓ ପଢ଼ି ପାରିବେ । ଏବେ ଦିଆଯାଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି ।

Leave A Reply

Your email address will not be published.