Latest Odisha News

BREAKING NEWS

ନିଆରା ବ୍ରେକଅପ୍ କାହାଣୀ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ବ୍ରେକଅପ୍ ହେଲେ ​​ ସମସ୍ତଙ୍କୁ ଅଳ୍ପବହୁତ ଦୁଃଖ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ‘ଲେଟର୍‌ ଅଫ୍‌ କ୍ଲୋଜର୍‌’ ବା ‘ସମାପନ ପତ୍ର’ ଦେଇ କାହା ସହ ସଂପର୍କ ଭାଙ୍ଗିବା କଥା ଜାଣିଛନ୍ତି କି? ତେବେ ଏପରି ଏକ ପତ୍ର ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଟ୍ୱିଟରରେ ବେଲିନ୍‌ ନାମକ ଜଣେ ବ୍ୟବହାରକାରୀ ହ୍ୱାଟସ୍‌ଆପ୍‌ ଚାଟ୍‌ ସହ ‘ସମାପନ ପତ୍ର’ର ଏକ ସ୍କ୍ରିନ୍‌ସଟ୍‌ ସେୟାର କରିଛନ୍ତି। ବେଲିନ୍‌ ଏହି ପତ୍ର ତାଙ୍କ ପୂର୍ବ ପ୍ରେମିକାଙ୍କ ପାଇଁ ଲେଖିଥିଲେ। ସେ ପ୍ରେମିକାଙ୍କୁ ସେଥିରେ ଦସ୍ତଖତ କରି ପଠାଇବାକୁ କହିଛନ୍ତି।

ପତ୍ରଟିକୁ ସେୟାର କରିବା ସହ ସେ ଲେଖିଛନ୍ତି, ‘ବନ୍ଧୁଗଣ, ସେ ମୋତେ ହଁ କହି‌ଛନ୍ତି ଓ ଏହା ଏବେ ଆନୁଷ୍ଠାନିକ ହୋଇଯାଇଛି’। ପ୍ରେମ ସଂପର୍କକୁ ଛିନ୍ନ କରି ବ୍ରେକ୍‌-ଅପ୍‌କୁ ନିଶ୍ଚିତ କରିବାକୁ ଯୁବକ ଜଣକ ଏହି ପତ୍ର ଲେଖିଥିଲେ ।

Leave A Reply

Your email address will not be published.