Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍, ୧୫ ଦିନ ଗ୍ରାମାଞ୍ଚଳ ଲୋକ ସହରାଞ୍ଚଳ ଆସନ୍ତୁ ନାହିଁ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରାଞ୍ଚଳ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଜାରି କରିଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅପିଲ କରିଛନ୍ତି ଯେ, ଜରୁରୀ କାମ ନଥିଲେ ସହରାଞ୍ଚଳକୁ ଆସନ୍ତୁ ନାହିଁ । ଏହାସହ ପରାମର୍ଶ ଦେଇଛନ୍ତି ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ । ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ସହ ସାମାଜିକ ଦୂରତା ରକ୍ଷା ପାଇଁ କହିଛନ୍ତି ଜିଲ୍ଲପାଳ ।

ଗଞ୍ଜାମ ଜିଲ୍ଲାର ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୧୩୭ରେ ପହଞ୍ଚିଛି । ଜିଲ୍ଲାରେ ୮୧୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩୧୮ଟି ରହିଛି ଆକ୍ଟିଭ୍ କେସ୍ । ୮ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା ।

Leave A Reply

Your email address will not be published.