Latest Odisha News

BREAKING NEWS

Online betting fraud: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ: ୩ ଗିରଫ,୭୮ ଏଟିଏମ୍ କାର୍ଡ ଜବତ

ଛତ୍ରପୁର: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ କରିଛି ଅନଲାଇନ୍ ବେଟିଂ ଜରିଆରେ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ରାକେଟ୍ ର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ସଂଖ୍ୟକ ଡିଜିଟାଲ୍ ଉପକରଣ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଦଲିଲ ଜବତ ହୋଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଏସ୍‌ପି ହରିଶ ବିଶି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ । ପୋଲିସ ସେମାନଙ୍କ ନିକଟରୁ ୨ଟି ଲାପଟପ୍, ୭୮ଟି ଏଟିଏମ୍ କାର୍ଡ, ୧୬ଟି ବ୍ୟାଙ୍କ ପାସ୍ ବୁକ୍ , ୧୪ଟି ସ୍ମାର୍ଟଫୋନ୍, ୮୬ ସିମ୍ କାର୍ଡ ଏବଂ ଗୋଟିଏ ବାଇକ୍ ଜବତ କରିଛି ।

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଜପତିନଗରରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍ କାରବାର କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ବିପୁଳ ଏଟିଏମ କାର୍ଡ ଜବତ କରିଛି ।

ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଗଞ୍ଜାମ ଏସପି କହିଛନ୍ତି ।

Comments are closed.