Latest Odisha News

ଚେସ ଖେଳାଳି କାସ୍ପାରୋଭ କହିଲେ ରାହୁଲ ଗାନ୍ଧୀଙ୍କ ସହ କେବଳ ମଜା କରିଥିଲି

ମସ୍କୋ:ରୁଷର ମହାନ ଚେସ ଖେଳାଳି ଗ୍ୟାରୀ କାସ୍ପାରୋଭ ନିକଟରେ ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହା ଖୁବ ଶୀଘ୍ର ଭାଇରାଲ ହୋଇ ଯାଇଥିଲା । ଏବେ କାସ୍ପାରୋଭ ଏହି ପୋଷ୍ଟ କେବଳ ମଜା ପାଇଁ ଶେୟାର କରିଥିଲି । ଆଶା କରୁଛି ଆପଣମାନେ ଏହାକୁ ସେହି ଦୃଷ୍ଟିକୋଣରୁ ଦେଖିବେ । ଏଥିରେ କୌଣସି ଉଦ୍ଦେଶ୍ୟ ଜଡିତ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ ନିକଟରେ ଏକ ଫଟୋ ଶେୟାର କରିଥିଲା, ଯେଉଁଥିରେ ରାହୁଲ ମୋବାଇଲରେ ଚେସ ଖେଳୁଥିଲେ । ରାହୁଲ ଏହା ପରେ ତାଙ୍କ ପ୍ରିୟ ଖେଳାଳି କାସ୍ପାରୋଭଙ୍କୁ କହିଥିଲେ ଚେସ ଗେମ ଓ ରାଜନୀତି ପ୍ରାୟତଃ ସମାନ । ଆପଣ ଯଦି ଏଥିରେ ପାରଙ୍ଗମ ହାସଲ କରିବେ ତେବେ ବିପକ୍ଷର ଚାଲ ବି ଆପଣଙ୍କ ପାଇଁ କାମ କରିବ ।

BjdElectrycity

ଏହି ଭିଡିଓ ଉପରେ କାସ୍ପାରୋଭ ଟିପ୍ପଣୀ କରି ଲେଖିଥିଲେ ପରମ୍ପରାଗତ ନିର୍ଦ୍ଦେଶ ଏହା କି ଆପଣ ଶୀର୍ଷସ୍ଥାନକୁ ଚ୍ୟାଲେଞ୍ଜ ଦେବା ପୂର୍ବରୁ ରାୟବରେଲୀରୁ ଜିତି କରି ଦେଖାଇବାକୁ ପଡିବ । ଶୁକ୍ରବାର ରାହୁଲ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ, କାସ୍ପାରୋଭ ୨୦୦୫ରେ ଚେସରୁ ଅବସର ଘୋଷଣା କରିଥିଲେ । ସେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବଡ ସମାଲୋଚକ ଭାବେ ପରିଚିତ । ସେ ମାତ୍ର ୨୨ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନ ହୋଇଥିଲେ ।

Leave A Reply

Your email address will not be published.